ମଝି ଆକାଶରେ ହଜିଗଲା ହିମାନୀର ସ୍ୱପ୍ନ:ପାଇଲଟ୍‌ ହେବାକୁ ଦେବାକୁ ପଡିଲା ଜୀବନର ଶେଷ ପରୀକ୍ଷା

lady pilot 2

ମୁମ୍ବାଇ: ସ୍ୱପ୍ନ ପୂରଣ ହେବାକୁ ଆଉ ମାତ୍ର କେଇ ଘଣ୍ଟା ବାକି ଥିଲା କିନ୍ତୁ ତା ପୂର୍ବରୁ ଶେଷ ହେଇଗଲା ସବୁକିଛି। ଏମିତି ଏକ ଘଟଣା ଘଟିଛି ହରିୟାଣାର ହିମାନୀଙ୍କ କ୍ଷେତ୍ରରେ। ନିଜର ସ୍ୱପ୍ନ ପୂରଣ ହେବାକୁ ଆଉ ଘଣ୍ଟାଟିଏ ବାକିଥିଲା। ତାପରେ ଖୁସିରେ ଘରକୁ ବାହୁଡ଼ିଥାନ୍ତେ ମାତ୍ର ସମୟର କାଳଚକ୍ର ବାନ୍ଧିନେଲା ହିମାନୀଙ୍କୁ।

ହରିୟାଣାର ୨୪ ବର୍ଷିୟ ହିମାନୀ କଲ୍ୟାଣ ପାଇଲଟ ହେବାର ସ୍ୱପ୍ନ ନେଇ ଚାଲି ଆସିଥିଲେ ମହାରାଷ୍ଟ୍ର। ୨ବର୍ଷ ଧରି ନ୍ୟାସନାଲ ଫ୍ଲାଇଙ୍ଗ୍‌ ଟ୍ରେନିଂ ଇନଷ୍ଟିଚ୍ୟୁଟ୍‌ରେ କମର୍ସଆଲ ପାଇଲଟ୍‌ର ପ୍ରଶିକ୍ଷଣ ନେଇ ନିଜ ସ୍ୱପ୍ନ ପଥରେ ଆଗକୁ ବଢ଼ୁଥିଲେ। କମର୍ସିଆଲ୍‌ ପାଇଲଟ ହେବାକୁ ୨୦୦ ଘଣ୍ଟା ବିମାନ ଚଳାଇବାର ଅଭିଜ୍ଞତା ଦରକାର ଥିବାବେଳେ ହିମାନୀ ୧୯୯ ଘଣ୍ଟା ବିମାନ ଚଳାଇ ସାରିଥିଲେ। ଆଉ ଏକ ଘଣ୍ଟା ବିମାନ ଚଳାଇଥିଲେ ପାଇଥାନ୍ତେ ପାଇଲଟ୍ ସାର୍ଟିଫିକେଟ। ଏଥିପାଇଁ ବୁଧବାର ନିଜ ଇନଷ୍ଟ୍ରକ୍ଟରଙ୍କ ସହ ଆକାଶରେ ଯାତ୍ରା ଆରମ୍ଭ କରିସାରିଥିଲେ। କିନ୍ତୁ ବିଧିର ବିଧାନ ଥିଲା ଅଲଗା।

ବେନଗଙ୍ଗା ନଦୀ ଆକାଶରେ କିଛି ସମୟ ଉଡ଼ାଣ ଭରିବା ପରେ ବିମାନଟି ରୋପୱେରେ ଫଶିଯାଇଥିଲା ଓ ଗୁରୁତର ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ହିମାନୀ ବିମାନଟିକୁ ଅବତରଣ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବାସ୍ ଏହାପରର ଦୃଶ୍ୟ ଥିଲା ବେଶ୍ ହୃଦୟବିଦାରକ। ଦୁର୍ଘଟଣାରେ ହିମାନୀଙ୍କ ମୃତ୍ୟୁ ହୋଇଥିଲା ଏବଂ ଅଧାରେ ଭାଙ୍ଗି ଯାଇଥିଲା ପାଇଲଟ ହେବାର ସ୍ୱପ୍ନ।

Previous ArticleNext Article

Send this to a friend