ଆଜିଠାରୁ ମହାରାଷ୍ଟ୍ରରେ ପ୍ଲାଷ୍ଟିକ ବନ୍ଦ, ନିୟମ ନ ମାନିଲେ ଜୋରିମାନା

ମୁମ୍ବାଇ: ଆଜିଠାରୁ ମହାରାଷ୍ଟ୍ରରେ ପ୍ଲାଷ୍ଟିକ ସାମଗ୍ରୀ ସମ୍ପୂର୍ଣ୍ଣ ବନ୍ଦ ହେବ। ଏଣିକି କୌଣସି ବି ପରିସ୍ଥିତିରେ ପ୍ଲାଷ୍ଟିକ୍‌ ସାମଗ୍ରୀ ବ୍ୟବହାର କଲେ, ତିଆରି କଲେ କିମ୍ବା ଗଚ୍ଛିତ ରଖିଲେ ଜୋରିମାନା ଦେବାକୁ ପଡ଼ିବ। ପ୍ଲାଷ୍ଟିକ ରୋକିବାକୁ ମୁମ୍ବାଇ ସମେତ ପୂରା ରାଜ୍ୟରେ ଚଢ଼ଉ କରାଯିବ।

ତିନିମାସ ତଳେ ଅର୍ଥାତ୍‌ ମାର୍ଚ୍ଚ ମାସରେ ମୁମ୍ବାଇରେ ପ୍ଲାଷ୍ଟିକ ସମାଗ୍ରୀକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ସରକାର ବିଜ୍ଞପ୍ତି ପ୍ରକାଶ କରିଥିଲେ। କିନ୍ତୁ ଏହାକୁ ମନମାନି ଓ ଜୀବିକାର ମୌଳିକ ଅଧିକାରର ଉଲ୍ଲଙ୍ଘନ କହି ବମ୍ବେ ହାଇକୋର୍ଟର ଚ୍ୟାଲେଞ୍ଜ କରାଯାଇଥିଲା। କିନ୍ତୁ କୋର୍ଟ ସରକରାଙ୍କ ଏହି ନିଷ୍ପତ୍ତି ଉପରେ ରୋକ ଲଗାଇବାକୁ ମନା କରିଦେଇଛନ୍ତି। ତେବେ ଏହାର ଆଗାମୀ ଶଣାଣି ଜୁଲାଇ ୨୦ ତାରିଖରେ ହେବ।

କେଉଁ ଜିନିଷ ଉପରେ ଲାଗିବ ପ୍ରତିବନ୍ଧକ

ପ୍ଲାଷ୍ଟିକ୍‌ରେ ତିଆରି ଥଳି, ଷ୍ଟ୍ର, ଥରେ ମାତ୍ର ବ୍ୟବହାର ପାଇଁ ଉଦ୍ଦିଷ୍ଟ ପ୍ଲାଷ୍ଚିକ ସାମଗ୍ରୀ ଯେମିତିକ ପ୍ଲାଷ୍ଟିକ ଥାଳି,ଚାମଚ,ଛୁରୀ, ବାସନ, ଡବା ଇତ୍ୟାଦି। ହୋଟେଲ୍‌ର ପାର୍ସଲ ଦିଆଯାଉଥିବା ବେଳେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ, ନନ୍‌ ଓଭନ ପଲିପ୍ରୋପେଲିନ୍ ବ୍ୟାଗ୍, ଚା କପ, ଥର୍ମୋକୁଲ ଭଳି ପ୍ଲାଷ୍ଟିକ ସାମଗ୍ରୀରେ ପ୍ରତିବନ୍ଧକ ଲାଗିବ।

ଜୋରିମାନା

ପ୍ରଥମ ଥର ପାଇଁ ଦୋଷୀ ସାବ୍ୟସ୍ତ ହେଲେ ୫ ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିବ। ସେହିଭଳି ଦ୍ୱିତୀୟ ଥର ପାଇଁ ଦୋଷୀ ସାବ୍ୟସ୍ତ ହେଲେ ୧୦ ହଜାର ଓ ତୃତୀୟ ଥର ପାଇଁ ୨୫ ହଜାର ଟଙ୍କା ଜୋରିମାନା ଲାଗିବ।

Previous ArticleNext Article

Send this to a friend