ଉଡ଼ିଲା ‘ଉଡ଼ାନ’: ୨୫୦୦ଟଙ୍କାରେ ମନଭରି ଆକାଶରେ ଉଡ଼ିବେ

modi-9

ନୂଆଦିଲ୍ଲୀ: ‘ଉଡ଼େ ଦେଶକା ଆମ ନାଗରିକ’ ବା ଉଡ଼ାନ। ସମସ୍ତଙ୍କ ପାଇଁ ଖୁସି ଖବର ନେଇ ଆସିଛି ଏହି ଉଡ଼ାନ।  ଏଣିକି ଅଳ୍ପମୂଲ୍ୟରେ ଆକାଶରେ ଉଡ଼ିବାର ମଜା ପାଇପାରିବେ ସାଧାରଣ ଲୋକେ। ଏନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିମ୍‌ଳାଠାରେ  ‘ଉଡ଼ାନ’ର ସ୍କିମର ଶୁଭାରମ୍ଭ କରିଛନ୍ତି।  ସିମଳାରେ ଥାଇ ଏକ ସଙ୍ଗେ  ସିମଳା-ଦିଲ୍ଲୀ ସେକ୍ଟର, କାଡ଼ାପା-ହାଇଦ୍ରାବାଦ  ଏବଂ ନାଣ୍ଡେଡ- ହାଇଦ୍ରାବାଦ ଲାଗି  ଉଡ଼ାନର ପତକା ଦେଖାଇ ଉଦ୍‌ଘାଟନ କରିଛନ୍ତି ମୋଦି।  ଏହି ଉଡ଼ାନ  ସାଧାରଣ ଲୋକଙ୍କ ଲାଗି ଉତ୍ସର୍ଗୀକୃତ ବୋଲି ମୋଦି କହିଛନ୍ତି।

କ’ଣ ଏହି ଉଡ଼ାନ?

୧- ଦେଶ ଭିତରେ ଅଳ୍ପମୂଲ୍ୟରେ ଯାତ୍ରା ପାଇଁ ବିମାନ ସେବାକୁ  ଉଡ଼ାନ କୁହାଯାଉଛି।

୨-୫୦୦ କିଲୋମିଟର ଭିତରେ ୧ ଘଣ୍ଟାର ଯାତ୍ରା ପାଇଁ ଟିକେଟ ମୂଲ୍ୟ ୨୫୦୦ ଟଙ୍କା ରଖାଯାଇଛି।  ଏହା ଭିତରେ ସବୁପ୍ରକାର ଚାର୍ଜେସ ରହିବ।

୩- ଲଙ୍ଗ ଜର୍ଣ୍ଣି ଏବଂ ବିମାନ ଉଡ଼ିବାର ସମୟ ସୀମାକୁ ନେଇ  ମୂଲ୍ୟର ତଫାତ ଆସିପାରେ।

୪-ଉଡ଼ାନ ସ୍କିମରେ ଜଣେ ଯାତ୍ରୀ ୯ରୁ ୪୦ଟି ଟିକେଟ  ପାଇଁ ଆବେଦନ କରିପାରିବ।

୫-ସ୍ପାଇସ ଜେଟ,ଏୟାର ଓଡ଼ିଶା, ଏୟାର ଇଣ୍ଡିଆ, ଏୟାର ଡେକାନରେ ଏହି ସୁବଧା ମିଳିବ।

୬- ଏୟାର ଲାଇନଗୁଡ଼ି ଏହି ସ୍କିମରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦେବେ।

Previous ArticleNext Article

Send this to a friend