ମୋଦିଙ୍କ ଡିନର ରଣନୀତି,ଉଦ୍ଧବ ଠାକରେଙ୍କୁ ଦିଲ୍ଲୀ ଡାକରା

modiudhab

ନୂଆଦିଲ୍ଲୀ: ୟୁପି ନିର୍ବାଚନରେ ବିଜେପିର ବିପୁଳ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଆଉ ରାଜନୈତିକ ଖେଳ ଖେଳିବାକୁ ପ୍ରସ୍ତୁତ ହେଉଛନ୍ତି।  ଏଥର ନଜର ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ଉପରେ। ଏନେଇ ମୋଦି ଉଦ୍ଧବ ଠାକରେଙ୍କୁ ଡିନରପାର୍ଟିରେ ଯୋଗ ଦେବାକକୁ ଦିଲ୍ଲୀ ଡକାଇଛନ୍ତି। ୟୁପି ନିର୍ବାଚନର ବିଜୟ ଖୁସିରେ ଏହି ପାର୍ଟିର ଆୟୋଜନ ହେଉଥିବା ଜଣାପଡ଼ିଛି। ଏହି ପାର୍ଟି ଆସନ୍ତା ସପ୍ତାହ ତଥା ମାର୍ଚ୍ଚ ୨୯ ତାରିଖରେ ହୋଇପାରେ। ମହାରାଷ୍ଟ୍ରରେ ଶିବସେନା ଓ ବିଜେପି ମଧ୍ୟରେ  ହୋଇଥିବା ବିବାଦର ସମାଧାନ ପାଇଁ ମୋଦି ନୂଆ କୂଟନୀତି ଖେଳିପାରନ୍ତି। ସେହିପରି ଆଗାମୀ ରାଷ୍ଟ୍ରପତି ନିର୍ବାଚନ ସଂକ୍ରାନ୍ତରେ ମଧ୍ୟ ଆଲୋଚନା ହୋଇପାରେ।

Previous ArticleNext Article

Send this to a friend