‘ନମୋ ଆପ୍’ ମାଧ୍ୟମରେ ଦଳୀୟ ପ୍ରାର୍ଥୀଙ୍କୁ ମନ୍ତ୍ର ଦେଲେ ମୋଦି

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ହାତରେ ମାତ୍ର ଆଉ ଅଳ୍ପ ଦିନ ରହିଛି।  ନିର୍ବାଚନକୁ ହାତେଇବା ପାଇଁ ଉଭୟ ବିଜେପି ଏବଂ କଂଗ୍ରେସ ତରଫରୁ ଜୋରଦାର ପ୍ରଚାର କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସମସ୍ତ ବିଜେପି ପ୍ରାର୍ଥୀଙ୍କ ସହ ‘ନମୋ ଆପ୍’ ମାଧ୍ୟମରେ କଥାବାର୍ତ୍ତା କରିଛନ୍ତି। ନିର୍ବାଚନ ଜିତିବା ପାଇଁ କ’ଣ ସବୁ ରଣନୀତି ଆବଶ୍ୟକ ସେନେଇ ସେ ପ୍ରାର୍ଥୀମାନଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ। ହାତରେ ମାତ୍ର ଆଉ ୧୫ ଦିନ ଥିବାରୁ କମ୍‌ ସମୟରେ କିଭଳି ଲୋକଙ୍କ ହୃଦୟ ଜିତିବ ସେନେଇ ମଧ୍ୟ ମୋଦି ଦଳୀୟ ପ୍ରାର୍ଥୀଙ୍କୁ ମନ୍ତ୍ର ଦେଇଥିଲେ। ଏହାସହ ବିକାଶ ହେଉଛି ପ୍ରଥମ ପ୍ରାଥମିକତା ବୋଲି ମୋଦି କହିଥିଲେ।

୨୨୪ଟି ବିଧାନସଭା ଆସନ ପାଇଁ କର୍ଣ୍ଣାଟକରେ ଆସନ୍ତା ମେ’ ୧୨ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ।

Previous ArticleNext Article

Send this to a friend