ମୋଦି-ଜିନପିଙ୍ଗ୍‌ ଏକାଠି କରିବେ ମଧ୍ୟାହ୍ନ ଭୋଜନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚୀନ୍ ଗସ୍ତର ଆଜି ଦ୍ୱିତୀୟ ତଥା ଅନ୍ତିମ ଦିନ। ଆଜି ବି ମୋଦି ଓ ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗ୍‌ଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବ। ଆଜି ଦୁଇ ନେତା ମଧ୍ୟାହ୍ନ ଭୋଜନ ଏକାଠି କରିବାର କାର୍ଯ୍ୟକ୍ରମ ରହିଛି। ମୋଦିଙ୍କ ଏହି ଗସ୍ତ ଅନୌପଚାରିକ ହୋଇଥିବାରୁ ଦୁଇ ଦେଶର ନେତାଙ୍କ ମଧ୍ୟରେ ବୈଠକ ପରେ ପ୍ରଥମ ଥର ପାଇଁ କୌଣସି ମିଳିତ ପ୍ରେସ କନଫରେନ୍ସ କରାଯିବ ନାହିଁ। ମୋଦି ଓ ଜିନପିଙ୍ଗ୍‌ଙ୍କ ମଧ୍ୟରେ ଏହା ହେଉଛି ଏକାଦଶ ବୈଠକ। ଏହାପୂର୍ବରୁ ମୋଦି ସର୍ବାଧିକ ଆଠଥର ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କୁ ଭେଟିଥିଲେ।

ଗତକାଲି ଚୀନର ବୁହାନ ସହରରେ ଦୁଇ ଦେଶ ମଧ୍ୟରେ ପ୍ରତିନିଧିସ୍ତରୀୟ କଥାବାର୍ତ୍ତା ହୋଇଥିଲା। ନିଜ ଦେଶର ବିକାଶ ଓ ବିଶ୍ୱର ହିତ ଲାଗି ଦୁଇ ଦେଶ ଏକାଠି କାମ କରିବା ଉଚିତ୍ ବୋଲି ମୋଦି କହିଥିଲେ।

୨୦୧୯ରେ ଭାରତରେ ଏଭଳି ଅନୌପଚାରିକ ସମ୍ମିଳନୀ ପାଇଁ ଜିନପିଙ୍ଗଙ୍କୁ ନିୟନ୍ତ୍ରଣ କରିଛନ୍ତି ମୋଦି। ଏହି ଅନୌପଚାରିକ ‌ଆଲୋଚନା ଦ୍ୱାରା ଦୁଇ ଦେଶ ନିକଟତର ହେବେ ବୋଲି ଆଶା ବ୍ୟକ୍ତ କରିଛନ୍ତି ବୁଦ୍ଧିଜୀବୀ।

Previous ArticleNext Article

Send this to a friend