ନିରବ ମୋଦିଙ୍କୁ ଧରିବା ପାଇଁ ଜାଲ ବିଛାଇଲା ଇଣ୍ଟରପୋଲ

ନୂଆଦିଲ୍ଲୀ: ୧୩ ହଜାର କୋଟି ଟଙ୍କା ବ୍ୟାଙ୍କ ଠକେଇ ଅଭିଯୋଗରେ ଫେରାର ହୀରା ବ୍ୟବସାୟୀ ନିରବ ମୋଦିଙ୍କୁ ଧରିବା ପାଇଁ ତତ୍ପରତା ଦେଖାଇଛି ଇଣ୍ଟରପୋଲ। ନିରବଙ୍କୁ ଠାବ କରିବା ପାଇଁ ଇଣ୍ଟରପୋଲ ପକ୍ଷରୁ ରେଡ କର୍ଣ୍ଣର ନୋଟିସ ଜାରି କରାଯାଇଛି। ଠାବ କରିବା ପରେ ତାଙ୍କୁ ଗିରଫ କିମ୍ବା ଅଟକ ରଖିବା ପାଇଁ ଇଣ୍ଟରପୋଲ ୧୯୨ଟି ଦେଶକୁ ନିର୍ଦ୍ଦେଶ ଦେଇଛି।

ଏ ନେଇ ନିରବଙ୍କ ବୟସ, ଫଟୋ ସହ ଅନ୍ୟାନ୍ୟ ତଥ୍ୟ ଥିବା ସୂଚନା ଜାରି କରିଛି ଇଣ୍ଟରପୋଲ। କିଛିଦିନ ତଳେ ନିରବ ମୋଦିଙ୍କୁ ଧରିବା ପାଇଁ ବିଭିନ୍ନ ୟୁରୋପୀୟ ଦେଶର ସହାୟତା ଲୋଡ଼ିଥିଲା ଇଣ୍ଟରପୋଲ୍। ନିରବ, ତାଙ୍କ ମାମୁଁ ମେହୁଲ ଚୋକସିଙ୍କ ସହ ଅନ୍ୟମାନେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ଚଞ୍ଚକତା କରି ୧୩ ହଜାର କୋଟିରୁ ଅଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏହି ମାମଲାର ଏବେ ସିବିଆଇ ତଦନ୍ତ କରାଯାଉଛି।

Previous ArticleNext Article

Leave a Reply

Send this to a friend