ପୋଖରାନ୍ ପାର୍ଟ-୩: ଚୀନ୍‌କୁ ଚକ୍‌ମା, ପାକ୍‌କୁ ମାତ୍ ଦେବ ଭାରତ, ପଢ଼ନ୍ତୁ ବ୍ରହ୍ମାସ୍ତ୍ରର ଶକ୍ତି

howitzernew

ସମାନ ତାରିଖ, ସମାନ ସ୍ଥାନ। ୧୯୭୪ ମସିହା ଆଜିର ଦିନରେ ଇନ୍ଦିରା ଗାନ୍ଧିଙ୍କ ନେତୃତ୍ୱରେ ପ୍ରଥମ ପରମାଣୁ ବୋମା ପରୀକ୍ଷଣ କରିଥିଲା ଭାରତ। ପୋଖରାନ ପାର୍ଟ-୧ର ଝଲକ ଦେଖିଥିଲା ସମଗ୍ର ବିଶ୍ୱ। ଏହି ଅପରେସନ୍‌ରେ କୋଡ୍‌ ୱାର୍ଡ ଥିଲା ସ୍ମାଇଲିଂ ବୁଦ୍ଧ। ପରମାଣୁ ପରୀକ୍ଷଣର ୪୩ ବର୍ଷ ପୂର୍ତ୍ତି ଉପଲକ୍ଷେ ନରେନ୍ଦ୍ର ମୋଦି ସରକାର ସମଗ୍ର ଦେଶକୁ ଦେଇଛନ୍ତି ପୁଣି ଏକ ଉପହାର। ସେହି ପୋଖରାନକୁ ମୁକସାକ୍ଷୀ ରଖି ମୋଦି ସରକାର ଏମ୍-୭୭୭ ହୋଟିଜର ତୋପର ପରୀକ୍ଷଣ କରିଛନ୍ତି।

ଭାରତୀୟ ସେନା ପାଇଁ ଖୁସି ଖବର। ଲମ୍ୱା ପ୍ରତୀକ୍ଷାର ଅନ୍ତ ଘଟିଛି। ଶତ୍ରୁପକ୍ଷକୁ ଚକମା ଦେବା ପାଇଁ ଭାରତରେ ପହଞ୍ଚିଛି ଏମ୍ ୭୭୭ ହୋଟିଜର ତୋପ ଭଳି ବ୍ରହ୍ମାସ୍ତ୍ର। ପୋଖରାନରେ ମଧ୍ୟ ଏହାର ପରୀକ୍ଷଣ ସରିଛି। ଏବେ ଏହି ତୋପ ଅପେକ୍ଷା କରିଛି ବଡର୍ର ଅଞ୍ଚଳକୁ ଯିବା ପାଇଁ। ଦୀର୍ଘ ତିରିଶ ବର୍ଷ ପରେ ବୋଫର୍ସ ତୋପ ବଦଳରେ ଏମ୍ ୭୭୭ ହୋଟିଜର ତୋପ ଭାରତୀୟ ସେନାରେ ସାମିଲ ହୋଇଛି। ଚୀନର୍ ନାଲି ଆଖି ଆଗରେ ଆଉ ମୁଣ୍ଡ ନୁଆଁଇବ ନାହିଁ ଭାରତ। ସେହିଭଳି ପାକିସ୍ତାନକୁ ଜବାବ ଦେବା ପାଇଁ ଭାରତ ବ୍ୟବହାର କରିବ ଏହି ବ୍ରହ୍ମାସ୍ତ୍ର।

ଏମ୍-୭୭୭ ହୋଟିଜର ତୋପ ବିଷୟରେ କିଛି:

ଆମେରିକା ନିର୍ମିତ ଏମ୍-୭୭୭ ହୋଟିଜର ତୋପର ବିଶ୍ୱରେ ବେଶ୍ ଚାହିଦା ରହିଛି। ୪୦ କି.ମି. ଦୂର ଟାର୍ଗଟେକୁ ବେଶ୍ ସହଜରେ ଲକ୍ଷ୍ୟଭେଦ କରିପାରିବ ଏହି ଅତ୍ୟାଧୁନିକ ତୋପ। ଡିଜିଟାଲ ଫାୟାର କଣ୍ଟ୍ରୋଲ ଜ୍ଞାନକୌଶଳରେ ନିର୍ମିତ ଏହି ତୋପଟି ଏକା ସାଙ୍ଗରେ ୫ ରାଉଣ୍ଡ ଫାୟାର କରିବାରେ ସକ୍ଷମ। ପୂବର୍ରୁ ଭାରତୀୟ ସେନାରେ ବ୍ୟବହୃତ ହେଉଥିବା ବୋର୍ଫସ ତୋପ ତୁଳନାରେ ୧୫୫ ଏମଏମ୍‌ର ଏହି ତୋପଟି ବହୁତ ହାଲ୍‌କା। ଏହି ତୋପଟିକୁ ପାହାଡ଼ିଆ ଅଞ୍ଚଳକୁ ନେବା ପାଇଁ ବିଶେଷ କଷ୍ଟ କରିବାକୁ ପଡିବ ନାହିଁ। ତେଣୁ ଏହି ତୋପକୁ ମୁଖ୍ୟତଃ ପାକିସ୍ତାନ ଓ ଚୀନ୍ ସୀମାବର୍ତ୍ତୀ ଅଞ୍ଚଳରେ ମୁତୟନ କରିବାକୁ ଲକ୍ଷ୍ୟ ରଖିଛି ଭାରତ।

ଗତବର୍ଷ ନଭେମ୍ୱରରେ ଏମ୍-୭୭୭ ହୋଟିଜର ତୋପ ପାଇଁ ଆମେରିକା ସହ ଚୁକ୍ତି କରିଥିଲା ଭାରତ। ୧୪୫ଟି ଅତ୍ୟାଧୁନିକ ୧୫୫ ଏମ୍ଏମ୍‌ର ଏହି ତୋପ ପାଇଁ ୨୯୦୦ କୋଟି ଟଙ୍କ।ର ଚୁକ୍ତି ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ଦୁଇଟି ତୋପ ଆମେରିକା ପରୀକ୍ଷଣ ପାଇଁ ଦେଇଥିବା ବେଳେ ୨୦୨୧ ସୁଦ୍ଧା ପ୍ରତି ମାସକୁ ୫ଟି ଲେଖାଏଁ ତୋପ ଯୋଗାଇ ଦେବାକୁ ଚୁକ୍ତି କରିଛି ଆମେରିକା।

 

 

 

 

 

Previous ArticleNext Article

Send this to a friend