ହେଲମେଟ୍‌ ପିନ୍ଧି ନଥିବାରୁ ଗର୍ଭବତୀ ମହିଳାଙ୍କୁ ମାରିଦେଲା ପୋଲିସ!

ଚେନ୍ନାଇ: ହେଲମେଟ ପାଇଁ ଚାଲିଗଲା ଜୀବନ। ହେଲମେଟ ପିନ୍ଧି ନଥିବାରୁ ମହିଳାଙ୍କୁ ମାରିଦେଲା ପୋଲିସ। ତାମିଲନାଡ଼ନାଡ଼ୁ ପୋଲିସର ଅମାନବୀୟକାଣ୍ଡ ସୂରୁପ ଜଣେ ଗର୍ଭବତୀ ମହିଳାଙ୍କ ଜୀବନ ଚାଲିଯାଇଛି। ଗତକାଲି ତାମିଲନାଡୁର ତ୍ରିଚିରାପଲ୍ଲୀ ଅନ୍ତର୍ଗତ ଥିରୁରୁମ୍ବୁର ସହରରେ ଏହି ସ୍ପର୍ଷକାତର ଘଟଣା ଘଟିଛି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହେବା ସହ ଉତ୍ତ୍ୟକ୍ତ ଲୋକେ ଭଙ୍ଗାରୁଜା କରିଛନ୍ତି। ମହିଳା ଜଣକ ସ୍ୱାମୀ ସହ ଏକ ବାଇକ୍‌ରେ ଯାଉଥିବା ବେଳେ ପୋଲିସ ତାଙ୍କୁ ଠେଲି ଦେଇଥିବାରୁ ମହିଳା ଜଣଙ୍କର ମୃତ୍ୟୁ ଘଟିଛି। ମହିଳା ଜଣକର ବୟସ ୩୦ ହୋଇଥିବା ବେଳେ ତାଙ୍କା ନାଁ ଉଷା ବୋଲି ଜଣାପଡ଼ିଛି। ମହିଳା ଜଣକ ୪ ମାସର ଗର୍ଭବତୀ ଥିଲେ।  ଏହି ଘଟଣାରେ କାମରାଜ ନାମକ ଜଣେ ପୋଲିସ ଅଫିସରଙ୍କୁ ଗିରଫ କରାଯାଇଛି।

ସୂଚନା ଅନୁଯାୟୀ, ଗର୍ଭବତୀ ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ସହ ବାଇକ୍‌ରେ ଯାଉଥିବା ବେଳେ ରାସ୍ତାରେ ପୋଲିସ ତାଙ୍କୁ ହେଲମେଟ ପିନ୍ଧି ନଥବାରୁ ଅଟକାଇଥିଲା।  ହେଲେ ମହିଳା ଜଣକ  ନିଜ ସ୍ୱାମୀର  କିଛି ଭୁଲ ନଥାଇ କାହିଁକି ରହିବେ କହି ଗାଡ଼ିରେଚାଲି ଯାଉଥିଲେ । ଏହି ସମୟରେ ପୋଲିସ କର୍ମଚାରୀମାନେ ତାଙ୍କୁ ଧକ୍କା ପକାଇଥିଲେ। ଫଳରେ ମହିଳା ଜଣକ ବାଇକରୁ ଖସିପଡ଼ିଥିଲେ। ଗୁରୁତର ଅବସ୍ଥାରେ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏହି ଘଟଣା ପରେ ପରିସ୍ଥିତି ଅଣାୟତ ହୋଇପଡ଼ିବା ସହ ଉତ୍ତ୍ୟକ୍ତ ଲୋକେ ପୋଲିସ ଉପରକୁ ଢେଲାମାଡ଼ କରିଥିଲେ।

Previous ArticleNext Article

Send this to a friend