ଦାଉଦ୍‌ ସହଯୋଗୀ ଫାରୁକ୍‌କୁ ମୁମ୍ବାଇ ଆଣିଲା ପୋଲିସ୍‌

pharuk

ମୁମ୍ବାଇ: ୧୯୯୩ ମୁମ୍ବାଇ ସିରିଜ ବିସ୍ଫୋରଣର ଅନ୍ୟତମ ଅଭିଯୁକ୍ତ ତଥା ଦାଉଦ୍ ଇବ୍ରାହିମ୍‌ର ସହଯୋଗୀ ଫାରୁକ୍ ଟକ୍ଲାକୁ ଦୁବାଇରୁ ଗିରଫ କରି ମୁମ୍ବାଇ ଅଣାଯାଇଛି ପୋଲିସ। ୨୫ ବର୍ଷ ତଳେ ବିସ୍ଫୋରଣ ପରେ ସେ ଭାରତରୁ ପଳାୟନ କରିଥିଲା। ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍‌ ସହ ଯୋଗାଯୋଗରେ ଥିଲା ବୋଲି ଭାରତୀୟ ଗୁଇନ୍ଦା ସଂସ୍ଥା କହିଛି।

ଭାରତୀୟ ଗୁଇନ୍ଦା ବିଭାଗର କହିବା ଅନୁସାରେ, ଟକ୍ଲା ଦୁବାଇରେ ଦାଉଦ୍‌ର ବେଆଇ କାରବାରର ଦେଖାଶୁଣା କରୁଥିଲା। ଦାଉଦ୍ ଇସାରାରେ ଦୁବାଇରେ ଡନ୍ ଗ୍ୟାଙ୍ଗର ସଦସ୍ୟଙ୍କୁ ସବୁ ପ୍ରକାର ସାହାଯ୍ୟ କରୁଥିଲା। ଟକ୍ଲାକୁ ଡି କମ୍ପାନୀର ମ୍ୟାନେଜର ବୋଲି କୁହାଯାଏ। ୧୨ ମାର୍ଚ୍ଚ, ୧୯୯୩ରେ ମୁମ୍ବାଇରେ ଗୋଟିଏ ପରେ ଗୋଟିଏ ୧୨ଟି ବିସ୍ଫୋରଣ ପରେ ଫାରୁକ୍ ଭାରତରୁ ଫେରାର ହୋଇଯାଇଥିଲା। ୧୯୯୫ରେ ତା’ ବିରୋଧରେ ଜାରି ହୋଇଥିଲା ରେଡ୍ କର୍ଣ୍ଣର ନୋଟିସ୍। ଫାରୁକକୁ ଭାରତ ଆଣିବା ପାଇଁ ବରିଷ୍ଠ ଆଇନଜୀବି ଉଜ୍ଜ୍ୱଲ ନିକମ୍ ସୁପ୍ରିମକୋର୍ଟରେ ଦାଏର କରିଥିଲେ ଜନସ୍ୱାର୍ଥ ମାମଲା।

ଟକ୍ଲା ଭାରତକୁ ଅଣାଯିବା ଦାଉଦ୍ ଗ୍ୟାଙ୍ଗ ପାଇଁ ବଡ ଝଟକା ବୋଲି ଉଜ୍ୱଲ ନିକମ୍ କହିଛନ୍ତି।

ଫାରୁକ୍ ଟକ୍ଲା ବିରୋଧରେ ହତ୍ୟାକାଣ୍ଡ, ଆତଙ୍କବାଦ କାର୍ଯ୍ୟକଳାପରେ ସାମିଲ, ଅନେକ ଗୁଡିଏ ବିସ୍ଫୋରଣ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା ଭଳି ବହୁ ଅପରାଧିକ ମାମଲା ରହିଛି। ଟକ୍ଲାକୁ ଅଣ୍ଡର ୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମ୍‌ର ଅତ୍ୟନ୍ତ ଘନିଷ୍ଠ ବୋଲି କୁହାଯାଏ। ୧୭ ଫେବ୍ରୁଆରୀ ୧୯୬୧ରେ ମୁମ୍ବାଇରେ ଜନ୍ମିତ ଫାରୁକ୍ ୧୯୯୩ ମୁମ୍ବାଇ ସିରିଜ ବିସ୍ଫୋରଣର ଅନ୍ୟତମ ଅଭିଯୁକ୍ତ। ଏହି ବିସ୍ଫୋରଣରେ ୨୫୭ଜଣଙ୍କର ଜୀବନ ଯାଇଥିଲା।

Previous ArticleNext Article

Send this to a friend