ପୋଲିସ ଏମିତି ମାରିଲା ଯେ ମୁଣ୍ଡ ଫାଟିଗଲା

ନୂଆଦିଲ୍ଲୀ: ବିହାରର ସମସ୍ତିପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ପୋଲିସ ମାଡ଼ରେ ଜଣେ ଗାଡି ଚାଳକ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ପୋଲିସ ଗାଡି ଯାଞ୍ଚ କରିବା ସମୟରେ ଜଣେ ଏସ୍‌ଏଏଫ୍‌ କର୍ମଚାରୀଙ୍କ ମାଡ଼ରେ ଗାଡ଼ି ଚାଳକଙ୍କ ମୁଣ୍ଡ ଫାଟିଯାଇଛି। ଏହି ଘଟଣା ପରେ  ଉକ୍ତ ପୋଲିସ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ୱିତ କରାଯାଇଛି।

ବିନା ହେଲମେଟ୍‌ ଓ ସିଟ୍‌ ବେଲ୍ଟ ଲଗାଉ ନ ଥିବା ଚାଳକଙ୍କୁ ଧରି ପୋଲିସ ଏହି ଅଞ୍ଚଳରେ ଫାଇନ୍‌ ଆଦାୟ କରୁଥିଲା। ଏହି ସମୟରେ ମୃଣାଳ ମାଣି ନାମକ ଜଣେ ବ୍ୟକ୍ତି  ହେଲମେଟ ନ ପିନ୍ଧି ମୋଟରସାଇକେଲରେ ଯାଉଥିଲେ। ପୋଲିସ ତାଙ୍କୁ ଅଟକାଇ ଥିଲା। ହେଲେ ସେ ନ ଅଟକିବାରୁ ପୋଲିସ କର୍ମଚାରୀ ତାଙ୍କ ମୁଣ୍ଡକୁ ବାଡ଼ିରେ ଆକ୍ରମଣ କରିଥିଲେ। ଏହାପରେ ମୃଣାଳ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିବା ସହ ଅଭିଯୁକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ।

ଆହତ ମୃଣାଳ କହିଛନ୍ତି,“ ବାଡ଼ି ଦେଖାଇ ଗାଡି ସାଇଟ୍‌ କରିବକୁ ମୋତେ କୁହାଯାଇଥିଲା। ମୋ ପାଖରେ ଲାଇସେନ୍ସ ଓ ସମସ୍ତ କାଗଜପତ୍ର ଥିଲା। ହେଲେ ପୋଲିସ ଗାଡି ଯାଞ୍ଚ ବାହାନାରେ ୨୦୦ରୁ ୫୦୦ ଟଙ୍କା ଲୋକଙ୍କଠାରୁ ଆଦାୟ କରି ଛାଡ଼ି ଦେଉଛି।”

Previous ArticleNext Article

Send this to a friend