ଭୟଙ୍କର ପ୍ରଦୂଷିତ ସହର ତାଲିକାରେ ଭାରତର ୧୪ଟି ସହର

ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ଭୟଙ୍କର ପ୍ରଦୂଷିତ ୨୦ଟି ସହର ମଧ୍ୟରେ ଭାରତର ୧୪ଟି ସହର ରହିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଏହି ଉଦବେଗଜନକ ତଥ୍ୟ ‌ଆସିଛି।  ପ୍ରଦୂଷିତ ସହର ତାଲିକାରେ ଅଛି ନୂଆଦିଲ୍ଲୀ, ଗ୍ୱାଲିୟର, ବାରାଣସୀ, କାନପୁର, ଫରିଦାବାଦ, ଗୟା, ‌ଆଗ୍ରା, ପାଟନା, ମୁଜାଫରପୁର, ଶ୍ରୀନଗର, ଗୁରଗାଁଓ, ଜୟପୁର, ପଟିଆଲା ଓ ଯୋଧପୁର। ୨.୫ PM କଣିକା ଅନୁସାରେ ସବୁଠାରୁ ବେଶୀ ପ୍ରଦୂଷିତ ସହର ହେଉଛି ବାରାଣସୀ।

ବାୟୁ ପ୍ରଦୂଷଣ କରୁଥିବା ମୁଖ୍ୟ ଉପାଦାନଗୁଡ଼ିକ ହେଲେ ସଲଫେଟ, ନାଇଟ୍ରେଟ ଓ ବ୍ଲାକ କାର୍ବନ।  ଏହା ସହିତ ଘରୁ ବାହାରୁଥିବା ଆବର୍ଜନା, ଶିଳ୍ପ, କୃଷି, ପରିବହନ ଓ କୋଇଲା ଆଧାରିତ ତାପଜ ବିଦ୍ୟୁତ କେନ୍ଦ୍ର ଯୋଗୁଁ ମଧ୍ୟ ବାୟୁ ପ୍ରଦୂଷଣ ହେଉଛି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁସାରେ ବାୟୁ ପ୍ରଦୂଷଣ ଯୋଗୁଁ ପ୍ରତି ବର୍ଷ ବିଶ୍ୱରେ ୭୦ ଲକ୍ଷ ଲୋକଙ୍କ ମୃତ୍ୟୁ ହେଉଛି। ଏମାନଙ୍କ ମଧ୍ୟରୁ କେବଳ ଭାରତରେ ମୃତ୍ୟୁ ସଂଖ୍ୟା ହେଉଛି ୧୧ ଲକ୍ଷ।

୨.୫ PM ପ୍ରଦୂଷିତ ସହର ତାଲିକାର ପ୍ରଥମ ଦଶଟି ଯାକ ସ୍ଥାନରେ ଭାରତର ସହର ଅଛନ୍ତି ଯାହାକୁ ବାୟୁ ପ୍ରଦୂଷଣର ସୁରକ୍ଷିତ ସ୍ତର କୁହାଯାଏ।

ନୂଆଦିଲ୍ଲୀରେ ପ୍ରଦୂଷଣ ତାର ୧୦ ଗୁଣା ଅଧିକ। ଗତ ନଭେମ୍ବରରେ ଏତେ ବାୟୁ ପ୍ରଦୂଷଣ ହୋଇଥିଲା ଯେ, ଇଣ୍ଡିଆନ ମେଡିକାଲ ଆସୋସିଏସନ ପବ୍ଲିକ ହେଲ୍‌ଥ୍‌ ଏମରଜେନ୍ସି ଜାରି କରିଥିଲା । ଘରୁ ନ ବାହାରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଥିଲା। ଏସିଆ ଓ ଆଫ୍ରିକାରେ ହିଁ ବେଶୀ ବାୟୁ ପ୍ରଦୂଷଣ ହେଉଛି ବୋଲି ମିଳିତ ଜାତିସଂଘ ରିପୋର୍ଟରେ କୁହାଯାଇଛି।  ୧୦୮ଟି ଦେଶର ୪୩୦୦ଟି ସହରକୁ ନେଇ ଏହି ସର୍ଭେ କରାଯାଇଥିଲା ।

 

Previous ArticleNext Article

Send this to a friend