ବାୟୁ ପ୍ରଦୂଷଣରେ ଭାରତରେ ସବୁଠୁ ଅଧିକ ଲୋକ ମରୁଛନ୍ତି

pollution

ନୂଆଦିଲ୍ଲୀ: ପ୍ରକାଶ ପାଇଛି ‘ସ୍ଟେଟ୍‌ ଅଫ୍‌ ଗ୍ଲୋବାଲ୍‌ ଏୟାର-୨୦୧୮’ ରିପୋର୍ଟ। ଏଥିରେ ବାୟୁ ପ୍ରଦୂଷଣକୁ ନେଇ ଏକ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି। ଏଥିରୁ ଜଣାପଡ଼ିଛି ଯେ ଭାରତରେ ବାୟୁ ପ୍ରଦୂଷଣରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟୁଛି। ପୃଥିବୀରେ ପାଖାପାଖି ୯୫ ପ୍ରତିଶତ ଲୋକ ପ୍ରଦୂଷିତ ବାୟୁକୁ ନିଶ୍ୱାସ ଭାବେ ଗ୍ରହଣ କରୁଛନ୍ତି। ଆଉ ଏଥିଯୋଗୁଁ ଯେତିକି ଲୋକଙ୍କ ମୃତ୍ୟୁ ଘଟୁଛି ସେମାନଙ୍କ ମଧ୍ୟରେ ଆଧାରୁ ଅଧିକ ହେଉଛନ୍ତି ଭାରତ ଓ ଚୀନର।

ଭାରତ ପରେ ଚୀନରେ ଅଧିକ ଲୋକ ବାୟୁ ପ୍ରଦୂଷଣ ଯୋଗୁଁ ମୃତ୍ୟୁମୁଖରେ ପଡ଼ୁଛନ୍ତି।

୨୦୧୬ରେ ବାୟୁ ପ୍ରଦୂଷଣ ଯୋଗୁଁ  ସାରା ବିଶ୍ୱରେ ପ୍ରାୟ ୫୦ଲକ୍ଷ ଲୋକଙ୍କର ଅକାଳ ବିୟୋଗ ଘଟିଥିଲା। ଏଥିରୁ ଅଧା ଲୋକ ଭାରତ ଓ ଚୀନର ଥିଲେ। ଭାରତ ଓ ଚୀନରେ ସବୁଠୁ ଅଧିକ ଲୋକ ଘରୋଇ ବାୟୁ ପ୍ରଦୂଷଣ ଦ୍ୱାରା ପ୍ରଭାବିତ ହେଉଛନ୍ତି। ୨୦୧୬ରେ ଏମିତି ଲୋକଙ୍କ ସଂଖ୍ୟା ଭାରତରେ ୫୬କୋଟି ରହିଥିବା ବେଳେ ଚୀନରେ ୪୧କୋଟି ଥିଲା।

pollutionଏହି ରିପୋର୍ଟ ଅନୁଯାୟୀ ବାୟୁ ପ୍ରଦୂଷଣ ପଛରେ ରହିଛି ବିଷାକ୍ତ ଧୂଆଁ। ରୋଷେଇ କରିବା ସମୟରେ ଚୁଲିରୁ ବାହାରୁଥିବା ଧୂଆଁ ମଧ୍ୟ ବାୟୁ ପ୍ରଦୂଷଣ କରୁଛି। ଏହି ପ୍ରଦୂଷଣରେ ସବୁଠୁ ବେଶି ପ୍ରଭାବିତ ହେଉଛନ୍ତି ଗାଁଗହଳିର ଲୋକେ। କାରଣ ଗାଁରେ ଲୋକମାନେ ଚୁଲିରେ ରୋଷେଇ କରୁଛନ୍ତି। ସେଥିରୁ ନିର୍ଗତ ବିଷାକ୍ତ ଧୂଆଁ ଭୟଙ୍କର ରୋଗ ସୃଷ୍ଟି କରୁଛି।

ଏହି ରିପୋର୍ଟ ଅନୁଯାୟୀ ୨୦୧୦ପରେ ଏହି ସମସ୍ୟା ଭାରତ ସମେତ ବାଂଲାଦେଶ ଏବଂ ପାକିସ୍ତାନ ପରି ଦେଶମାନଙ୍କରେ ଅଧିକ ମାତ୍ରାରେ ବଢିବାରେ ଲାଗିଛି।

Previous ArticleNext Article

Send this to a friend