ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହକୁ ନେଇ ବିବାଦ

ନୂଆଦିଲ୍ଲୀ: ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହକୁ ନେଇ ବିବାଦ ଦେଖାଦେଇଛି। ସମାରୋହରେ ରାଷ୍ଟ୍ରପତି ହାତ ଗଣତି ବିଜେତାଙ୍କୁ ପୁରସ୍କାର ଦେବେ ବୋଲି ଜଣାପଡ଼ିବା ପରେ ବିଜେତାମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ନୂଆଦିଲ୍ଲୀ ବିଜ୍ଞାନ ଭବନରେ ଆଜି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଗ ଦେଇ ୧୪୦ଜଣ ପୁରସ୍କାର ବିଜେତାଙ୍କ ମଧ୍ୟରୁ ମାତ୍ର ୧୧ ଜଣଙ୍କୁ ପୁରସ୍କାର ପ୍ରଦାନ କରିବେ। ଏହାକୁ ନେଇ ବିଜେତାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।  ପ୍ରାୟ ୬୦ ଜଣ ପୁରସ୍କାର ବିଜେତା ସମାରୋହରେ ସାମିଲ ହେବ ନାହିଁ ବୋଲି ଜଣାପଡ଼ିଛି । ପୂର୍ବ ବର୍ଷମାନଙ୍କରେ ସମସ୍ତ ପୁରସ୍କାର ରାଷ୍ଟ୍ରପତି ହିଁ ଦେଉଥିଲେ। କିନ୍ତୁ ଆଜିର ସମାରୋହରେ ରାଷ୍ଟ୍ରପତି ଅଳ୍ପ କିଛି ସମୟ ରହୁଥିବାରୁ ସବୁ ପୁରସ୍କାର ଦେଇ ପାରିବେ ନାହିଁ ବୋଲି ଜଣାପଡ଼ିଛି।

ଜଣେ ଅସନ୍ତୁଷ୍ଟଷ ବିଜେତା କହିଛନ୍ତି,“ଏପରି କେବେ ହୋଇ ନାହିଁ। ବର୍ଷ ନିୟମରେ ଯେଉଁ ପରିବର୍ତ୍ତନ କରାଯାଇଛି ତାହା ଗ୍ରହଣୀୟ ନୁହେଁ।”

ଜଣେ ଚଳଚ୍ଚିତ୍ର ନିର୍ମାତା କହିଛନ୍ତି,“ସବୁବର୍ଷ ପରି ଏଥର ମଧ୍ୟ ରାଷ୍ଟ୍ରପତିଙ୍କ ହାତରୁ ପୁରସ୍କାର ମିଳିବ ବୋଲି କୁହାଯାଇଥିଲା। ରିହରସେଲ  ବେଳେ ରାଷ୍ଟ୍ରପତି ମାତ୍ର  ୧୧ଜଣ ବିଜେତାଙ୍କୁ ପୁରସ୍କାର ଦେବେ ବୋଲି ଜଣାପଡ଼ିଥିଲା। ଏହି କଥା ଆମମାନଙ୍କ ପାଇଁ ଅପମାନ ଭଳି। ଏଥିପାଇଁ ଆମେ ସ୍ୱର ଉତ୍ତୋଳନ କରିବୁ।”

 

Previous ArticleNext Article

Send this to a friend