ଆଦିବାସୀ ମହିଳାଙ୍କୁ ଚପଲ ପିନ୍ଧାଇଲେ ପ୍ରଧାନମନ୍ତ୍ରୀ

modi

ଛତିଶଗଡ଼: ଛତିଶଗଡ଼ ବିଜାପୁରରେ ଜଣେ ଆଦିବାସୀ ମହିଳାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ନଇଁ ଚପଲ ପିନ୍ଧାଇଛନ୍ତି। ଏହି ଫଟୋ ସୋସିଆଲ ମିଡ଼ିଆରେ ସାମ୍ନାକୁ ଆସିବା ପରେ ଲୋକମାନେ ଏଥିରେ ନିଜ ପ୍ରତିକ୍ରିୟା ଦେବା ଆରମ୍ଭ କରି ଦେଇଛନ୍ତି। କିଛି ଲୋକ ଏହାକୁ ପ୍ରଶଂସା କରୁଥିବା ବେଳେ କିଛି ଏହାକୁ ପିଏମ୍‌ଙ୍କ ଅଭିନୟ ବୋଲି କହିଛନ୍ତି।

କଥା ହେଉଛି ‘‘ଆୟୁଷ୍ମାନ୍‌ ଭାରତ ଯୋଜନା’’ର ଶୁଭାରମ୍ଭ ଅବସରରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଭାରେ ଉପସ୍ଥିତ ଲୋକମାନଙ୍କୁ ସମ୍ବର୍ନ୍ଧିତ କରିଥିଲେ ଓ ସେଠାରେ ନିଜ ଅଭିଭାଷଣ ରଖିଥିଲେ। କହିଥିଲେ, ‘‘୧୪ ଏପ୍ରିଲ୍‌ ତଥା ଆଜି ଦିନରେ ଦେଶର କୋଟି କୋଟି ଲୋକମାନଙ୍କ ପାଇଁ ଖୁବ୍‌ ମହତ୍ୱପୂର୍ଣ୍ଣ। ଆଜି ଭାରତ ରତ୍ନ ବାବା ସାହବ ଭୀମରାୱ ଅମ୍ବେଦ୍‌କରଙ୍କ ଜୟନ୍ତୀ। ଏଣୁ ଆଜିର ଦିନରେ ସମସ୍ତଙ୍କ ଗହଣରେ ଆର୍ଶିବାଦ ନେବାର ସୌଭାଗ୍ୟକୁ ମୁଁ ହାତଛଡ଼ା କରିବାକୁ ଚାହୁଁନାହିଁ।’’ ଏହା କହିବା ପରେ ସମ୍ବର୍ଦ୍ଧିତ ହେଉଥିବା ଜଣେ ଆଦିବାସୀ ମହିଳାଙ୍କୁ ସେ ଚପଲ ପିନ୍ଧାଇଥିଲେ।

Previous ArticleNext Article

Send this to a friend