ଉହାନରେ ମୋଦି: ଡୋକଲାମ ବିବାଦ ନେଇ ଚର୍ଚ୍ଚା ହେବାର ସମ୍ଭାବନା

ନୂଆଦିଲ୍ଲୀ: ଦୁଇ ଦିନିଆ ଚୀନ୍ ଗସ୍ତରେ ଯାଇ ଉହାନ ସହରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉହାନ ବିମାନ ବନ୍ଦରରେ ମୋଦିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଆଜି ସେ ଚୀନ ରାଷ୍ଟ୍ରପତି ସି-ଜିନ- ପିଙ୍ଗଙ୍କ ସହ ଅନୌପଚାରିକ ଆଲୋଚନା କରିବେ। ଉଭୟ ନେତାଙ୍କ ମଧ୍ୟରେ କେଉଁ କେଉଁ ପ୍ରସଙ୍ଗ ସ୍ଥାନ ପାଇବ ସେ ନେଇ ଏଜେଣ୍ଡା ପ୍ରସ୍ତୁତ ହୋଇ ନ ଥିଲେ ବି ଡୋକଲାମ ବିବାଦ ଉପରେ ଚର୍ଚ୍ଚା ହେବା ସମ୍ଭାବନା ରହିଛି।

୮ ମାସ ତଳେ ଦୁଇ ଦେଶର ସୀମାନ୍ତ ଡୋକଲାମକୁ ନେଇ ଉତ୍ତେଜନା ଦେଖା ଦେଇଥିଲା। ତେଣୁ ସୀମାରେ ଶାନ୍ତି ଓ ସ୍ଥିରତା ପାଇଁ ଉଭୟ ନେତା ଏହାକୁ ନିଶ୍ଚିତ ରୂପେ ଗୁରୁତ୍ୱ ଦେବେ। ଏଥିସହ ଆଣବିକ ନିରସ୍ତ୍ରୀକରଣ ଉପରେ ଉଭୟ ନେତାଙ୍କ ମଧ୍ୟରେ କଥାବାର୍ତ୍ତା ହୋଇପାରେ। ଆଲୋଚନା ବେଳେ ବିକାଶକୁ ଉଭୟ ନେତା ଗୁରୁତ୍ୱ ଦେବେ।

ମୋଦିଙ୍କ ଏହି ଦୁଇ ଦିନିଆ ଗସ୍ତ ବେଳେ କୌଣସି ଚୁକ୍ତି ସ୍ୱାକ୍ଷରିତ ହେବନାହିଁ। ଏପରିକି କୌଣସି ମିଳିତ ପ୍ରେସ କନଫରେନ୍ସ କରାଯିବ ନାହିଁ ବୋଲି ଚୀନର ବୈଦେଶିକ ମନ୍ତ୍ରୀ ସୂଚନା ଦେଇଛନ୍ତି।

Previous ArticleNext Article

Send this to a friend