୧୯’ ପାଇଁ ମଇଦାନକୁ ଆସୁଛନ୍ତି  ପ୍ରିୟଙ୍କା, ପଢ଼ନ୍ତୁ ସେ କେଉଁଠି ଲଢ଼ିବେ

ଲକ୍ଷ୍ନୌ: ଏଣିକି ଫୁଲ୍‌ ପଲଟିକ୍ସ କରିବେ ପ୍ରିୟଙ୍କା ଗାନ୍ଧୀ । ୨୦୧୯ରେ  ମା’ ସୋନିଆ ଗାନ୍ଧୀଙ୍କ ନିର୍ବାଚନମଣ୍ଡଳୀ ରାୟବେରେଲିରୁ ପ୍ରିୟଙ୍କା ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା ହେଉଛି। ସୋନିଆ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ପଦ ଛାଡିବା ପରେ ସେ ରାଜନୀତିରୁ ସନ୍ନ୍ୟାସ ନେବା ନେଇ କୁହାଯାଉଛି। ତେବେ ସେ ସକ୍ରିୟ ରାଜନୀତିରୁ ଅବସର ନେଲେ ତାଙ୍କ ସ୍ଥାନରେ ଝିଅ ନିର୍ବାଚନ ଲଢିବା ନେଇ ଶୁଣିବାକୁ ମିଳୁଛି।

ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ଦୁର୍ବଳ ହେଉଥିବାରୁ ଭଉଣୀ ପ୍ରିୟଙ୍କାଙ୍କୁ ରାଜନୀତିକୁ ଆଣିବା ପାଇଁ ଦୀର୍ଘଦିନ ଧରି ଦାବି ହୋଇ ଆସୁଥିଲା।  ଏମିତିକି  ଉତ୍ତର ପ୍ରଦେଶ ଓ ଦିଲ୍ଲୀ ଭିତରେ ସୀମିତ ଥିବା ଏ ଦାବି ଏବେ ସବୁ ରାଜ୍ୟକୁ ବ୍ୟାପିଛି। ସେପଟେ  ସୋନିଆଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍‌ରହୁ ନ ଥିବାରୁ ପ୍ରିୟଙ୍କା ରାୟବରେଲି ଗସ୍ତ କରୁଛନ୍ତି। ତେଣୁ ଆଗାମୀ ନିର୍ବାଚନରେ ସୋନିଆଙ୍କ ବଦଳରେ ପ୍ରିୟଙ୍କା ସେଠାରେ ନିର୍ବାଚନ ଲଢିବା ନେଇ କୁହାଯାଉଛି।

ପ୍ରିୟଙ୍କାଙ୍କୁ ନେଇ କିଛି ତଥ୍ୟ

୧-ପ୍ରିୟଙ୍କା ଗାନ୍ଧୀ ୧୯୭୨ ଜାନୁଆରୀ ୧୨ରେ ଜନ୍ମଗ୍ରହଣ କରିଥିଲେ। ଭାଇ ରାହୁଲ ଗାନ୍ଧୀଙ୍କ ଠାରୁ ପ୍ରିୟଙ୍କା ଗାନ୍ଧୀ ୨ ବର୍ଷ ବଡ଼।

୨-ପ୍ରିୟଙ୍କା ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ମନୋବିଜ୍ଞାନରେ ସ୍ନାତ୍ତୋକତର ପାସ୍ କରିଛନ୍ତି।

୩-ଜେଜେ ମା’ ଇନ୍ଦିରା ଗାନ୍ଧୀଙ୍କୁ ହତ୍ୟା ପରେ ତୁରନ୍ତ ତାଙ୍କ ସ୍କୁଲ ଯିବା ବନ୍ଦ କରାଯାଇଥିଲା। ପ୍ରିୟଙ୍କା ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଥିଲା। ସେ ନିଜ ଘରେ ସ୍କୁଲ ପାଠପଢା ଆରମ୍ଭ କରିଥିଲେ।

୪-ଦିନେ ପ୍ରିୟଙ୍କା ଗଣମାଧ୍ୟମକୁ କହିଥିଲେ ଯେ, ଜେଜେ ମାଙ୍କ ସହ ତାଙ୍କର କିଛି ଗୁଣ ଖାପ୍‌ ଖାଉଛି

୫- ଇନ୍ଦିରା ଗାନ୍ଧୀଙ୍କ ନାକ ଭଳି ପ୍ରିୟଙ୍କା ନାକ  ଆକାରରେ ତୀକ୍ଷ୍ଣ ଓ  ଲମ୍ବା

୬-ଇନ୍ଦିରା ଗାନ୍ଧୀ ଯେଉଁ ଭଳି ଶାଢି ପିନ୍ଧନ୍ତି ପ୍ରିୟଙ୍କା ଠିକ୍‌ ସେମିତି ଶୈଳୀରେ ଶାଢି ପିନ୍ଧନ୍ତି

୭-ପ୍ରିୟଙ୍କା କୁହନ୍ତି ତାଙ୍କୁ ଯେତେବଳେ ୧୬ ବର୍ଷ ହୋଇଥିଲା ସେ ପ୍ରଥମ କରି ସାଧାରଣ ସଭାରେ ଭାଷଣ ଦେଇଥିଲେ

୮-ପ୍ରିୟଙ୍କା ବୌଦ୍ଧ ଧର୍ମରେ ବିଶ୍ୱାସ କରନ୍ତି। ସେ ବୁଦ୍ଧଙ୍କ ଅନୁଗତ ମଧ୍ୟ

୯-ପ୍ରିୟଙ୍କା ତାଙ୍କ ପିଲାଦିନର ସାଥୀ ରବର୍ଟ ଭଦ୍ରାଙ୍କୁ ୧୯୯୭ରେ ପ୍ରେମ ବିବାହ କରିଥିଲେ

୧୦-ପ୍ରିୟଙ୍କା ଗାନ୍ଧୀଙ୍କୁ ରୋଷେଇ କରିବା ଏବଂ ଫଟୋଗ୍ରାଫି ଖୁବ୍‌ ପସନ୍ଦ

Previous ArticleNext Article

Send this to a friend