ଦୁଇଜଣ ପତ୍ନୀ ଥିଲେ ମିଳିବ ଏମିତି ପୁରସ୍କାର, ପଢ଼ନ୍ତୁ କେଉଁଠି ଓ କାହିଁକି ?

ନୂଆଦିଲ୍ଲୀ: ଆଜିର ଯୁଗରେ ଜଣେ ବ୍ୟକ୍ତି ଦୁଇଟି ବିବାହ କରିବା ଟିକେ ଅଡୁଆ ଲାଗେ। ଦୁଇ ଦୁଇଟା ସ୍ତ୍ରୀ ରଖି ସଂସାର ଚଳେଇବା ମଧ୍ୟ କାଠିକର ପାଠ। ଏମିତିକି ଅନେକ ଦେଶରେ ଦୁଇଟି ବିବାହ କରିବା ନେଇ ବାରଣ ମଧ୍ୟ ରହିଛି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଦୁନିଆରେ କିଛି ଦେଶ ଏମିତି ଅଛି, ଯେଉଁଠି  ଦ୍ୱିତୀୟ ବିବାହ କରିବାକୁ ପ୍ରୋତ୍ସାହିତ କରାଯାଉଛି। ଆଉ ଦୁଇଟି ସ୍ତ୍ରୀ ଥିବା ବ୍ୟକ୍ତି ପୁରସ୍କୃତ ହେଉଛନ୍ତି।

ଶୁଣି ଆଶ୍ଚର୍ଯ୍ୟ ହେଉଥିଲେ ବି କଥାଟି ସତ। ସଂଯୁକ୍ତ ଅରବ ଅମିରତ୍(UAE) ଏମିତି ଏକ ଦେଶ ଯାହାର ସରକାର ଏହି ଅଜବ ଆଇନ୍‌ ତିଆରି କରିଛନ୍ତି। ଦୁଇଟି ସ୍ତ୍ରୀ ରଖିଥିବା ବ୍ୟକ୍ତିଙ୍କୁ ଅତିରିକ୍ତ ଘର ଭତ୍ତା ଆକାରରେ ଦେବାକୁ ଘୋଷଣା କରିଛନ୍ତି ଏଠାକାର ପ୍ରଶାସନ।

ଖଲିଜ ଟାଇମ୍ସର ଅନୁସାରେ, ଦେଶରେ ଅବିବାହିତ ଝିଅଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାକୁ ଦେଖି ସରକାର ଲୋକଙ୍କ ଦ୍ୱିତୀୟ ବିବାହ କରିବାକୁ ପ୍ରୋତ୍ସାହିତ କରିବା ପାଇଁ ଏକ ସ୍କିମ୍‌ର ଘୋଷଣା କରିଛନ୍ତି। UAEର Infrastructure development ମନ୍ତ୍ରୀ ଡା. ଅବଦୁଲ୍‌ ବେଲହାଫ୍‌ ଅଲ୍‌ ନୁଇମୀ ଏହି ଘୋଷଣା କରି କହିଛନ୍ତି ମନ୍ତ୍ରାଳୟ ଏହି  ନିଷ୍ପତ୍ତି ନେଇଛନ୍ତି କି ଦୁଇଟି ସ୍ତ୍ରୀ ରଖିଥିବା ବ୍ୟକ୍ତିଙ୍କୁ ଶେଖ୍ ଜାୟଦ ହାଉସିଂ କାର୍ଯ୍ୟକ୍ରମ ଅନୁସାରେ ଘର ଦିଆଯିବ। ପୂର୍ବରୁ ପ୍ରଥମ ପତ୍ନୀଙ୍କ ପାଇଁ ଏହି ସୁବିଧା ଦିଆଯାଉଥିଲା। ବିଭାଗୀୟ ଅଧିକାରୀଙ୍କ କହିବାନୁଯାୟୀ, ଦ୍ୱିତୀୟ ପତ୍ନୀଙ୍କୁ ମଧ୍ୟ ପ୍ରଥମ ପତ୍ନୀଙ୍କ ଭଳି ସମସ୍ତ ପ୍ରକାର ସୁବିଧା ଯୋଗାଇବା ସରକାରଙ୍କ ଦାୟିତ୍ୱ ରହିଛି। ତେଣୁ ଘରଭତ୍ତା ଓ ଅନ୍ୟ ସୁବିଧା ପ୍ରଦାନ ମାଧ୍ୟମରେ  ଦ୍ୱିତୀୟ ବିବାହକୁ ପ୍ରୋତ୍ସାହିତ କରିବା ଓ ଦେଶରୁ ଅବିବାହିତ ଯୁବତୀଙ୍କ ସଂଖ୍ୟା ହ୍ରାସ କରିବାକୁ ଉଦ୍ୟମ କରାଯାଉଛି।

Previous ArticleNext Article

Send this to a friend