ମହଙ୍ଗା ସହରରେ ଭାରି ଶସ୍ତା…

କୋଲକତା: କୋଲକତା ସହରରେ ରହିବା, ଖାଇବା ସବୁ ମହଙ୍ଗା। ହେଲେ ଏଠି ଏମିତି ଗୋଟିଏ ଜିନିଷ ଅଛି ଯାହା, ଭାରି ଶସ୍ତାରେ ମିଳେ। ଜାଣିଛନ୍ତି ସେଇଟା କ’ଣ ଆଉ କୋଉଠି ମିଳେ? ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବନି ହେଲେ ହୁଏତ ଜଣେ ସଭ୍ୟ ମଣିଷ ଭାବ ଟିକେ ଅଡୁଆ ଲାଗିବ। ଏହି ମହଙ୍ଗା ସହରରରେ ସବୁଠାରୁ ଶସ୍ତାରେ ମିଳେ ଦେହ। ଯାହାର ଦାମ୍‌ ମାତ୍ର ୧୨୦ ଟଙ୍କା।

ଆମେ ଆପଣଙ୍କୁ କୋଲକତାର ସେହି ରେଡ୍‌ଲାଇଟ୍‌ ଏରିଆ କଥା କହୁଛୁ, ଯାହାର ନାଁ ସୋନାଗାଚ୍ଛି। ଏସିଆର ସର୍ବବୃହତ୍‌ ଦେହ ବ୍ୟବସାୟସ୍ଥଳୀ ସୋନାଗାଚ୍ଛିରେ ଅନେକ ବହୁତଳ ପ୍ରାସାଦରେ ଚାଲେ ଦେହ ବ୍ୟବସାୟ। ୧୧ ହଜାର ଦେହଜବୀ ଏଠାରେ ଧନ୍ଦା କରୁଥିବା ବେଳେ ୧୮ ବର୍ଷରୁ କମ୍‌ ବୟସର ପ୍ରାୟ ୧୨ ହଜାର ନାବାଳିକା ଏହି ବୃତ୍ତିରେ ଲିପ୍ତ। କେତେଜଣ ସ୍ୱଇଚ୍ଛାରେ ତ ପୁଣି ଆଉ କେତେଜଣ ବାଧ୍ୟବାଧକତାରେ ଏହି ବ୍ୟବସାୟରେ ଲିପ୍ତ ରହିଥାନ୍ତି । ନିକଟରେ ଏକ ଗବେଷଣାରୁ ଜଣାପଡିଛି ଯେ, ଏଠାରେ ଦେହ ବ୍ୟବସାୟ କରୁଥିବା ମହିଳା ବା ଯୁବତୀଙ୍କ ସର୍ବନିମ୍ନ ପାରିଶ୍ରମିକ ହେଉଛି ମାତ୍ର ୧୨୦ଟଙ୍କା।

ଆଜିର ଦୁନିଆରେ କେତେ କ’ଣ ପରିବର୍ତ୍ତନ ହେଉଛି। ହେଲେ ଏମାନଙ୍କ ସ୍ଥିତିରେ ଆଜି ବି ସୁଧାର ଆସିନି। ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏଠାରେ ଝିଅଟିଏ ଅଳ୍ପ ସମୟ ପାଇଁ ନୁହେଁ ବରଂ ସମ୍ପୂର୍ଣ୍ଣ ଦିନଟିଏ ପାଇଁ ମାତ୍ର ୧୨୦ ଟଙ୍କାରେ ନିଜକୁ ବିକ୍ରି କରେ। ଯେଉଁଥିରେ ଦୁଇଓଳି ପେଟପୂରା ଖାଇବା ଯୋଗାଡ କରିବା ମଧ୍ୟ ତା ଲାଗି ସମ୍ଭବପର ହୋଇପାରି ନ ଥାଏ।

Previous ArticleNext Article

Send this to a friend