ମହିଳାଙ୍କୁ ବିବାହ କଲେ ମହିଳା, ଜିତିଲା ପ୍ରେମ ହାରିଲା ଆଇନ୍

same sex marrege

ପ୍ରେମ ଆଗରେ ସବୁ ତୁଚ୍ଛ। ପ୍ରେମ କରିଦିଏ ମଣିଷକୁ ପାଗଳ। ଆମ ଚାରିପାଖରୁ ଏମିତି ଅନେକ ଘଟଣା ପ୍ରତିଦିନ ସାମ୍ନାକୁ ଆସୁଛି। ଆଜି ବି ଆସିଛି ସେମିତି ଏକ ଘଟଣା। ପଂଜାବର ଜଣେ ମହିଳା ମହିଳାଙ୍କୁ ବିବାହ କରିଛନ୍ତି। ପଂଜାବର ସରକାରୀ କର୍ମଚାରୀ ମନଜିତ୍ କୌର ୨୭ବର୍ଷିୟା ଜଣେ ଯୁବତୀଙ୍କୁ ନିଜ ଜୀବନସାଥୀ ଭାବେ ଗ୍ରହଣ କରିଛନ୍ତି। ଅତି ଧୂମ୍‌ଧାମ୍‌ରେ ଏକ ହୋଟେଲ୍‌ରେ ଆୟୋଜନ ହୋଇଥିଲା ଏହି ବିବାହ ଉତ୍ସବ। ଦୁଇ ପରିବାରର ସଦସ୍ୟ ଉତ୍ସବରେ ସାମିଲ୍ ହୋଇ ନବଦମ୍ପତ୍ତିଙ୍କୁ ଆଶୀର୍ବାଦ ଦେଇଥିଲେ।

ତେବେ ବିବାହ କିଛି ସମୟ ପରେ ଉତ୍ସବର ଭିଡିଓ ଓ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। କାରଣ ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ସମଲିଙ୍ଗୀ ବିବାହ ଏକ ଅପରାଧ। ଏପରିକି ଭାରତରେ ସେକ୍ସନ୍ ୩୭୭ରୁ ନେଇ ଏବେ ବି ବାଦବିବାଦ ଲାଗି ରହିଛି। ତୃତୀୟଲିଙ୍ଗିମାନେ ଏବେ ବି ଆଇଗତ ଯୁଦ୍ଧ ଜାରି ରଖିଛନ୍ତି।

Previous ArticleNext Article

Send this to a friend