ଅଖିଳେଶ ଓ ରାହୁଲଙ୍କୁ କାର୍ଟନ୍‌: ସୋସିଆଲ୍‌ ମିଡିଆରେ ଭାଇରାଲ

577889-social-media

ନୂଆଦିଲ୍ଲୀ:“ଆଇ ଏମ୍‌ ସରି ଡାଡି ଓ ଆଇ ଏମ୍‌ ସରି ମମ୍‌”। ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଓ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ଧରିଥିବା ଏପରି ଫ୍ଲା’ କାର୍ଡ଼ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ସେହିପରି ଅନ୍ୟ ଏକ ଫଟୋରେ ଅଖିଳେଶ ମୁଲାୟମଙ୍କ କାଖରେ ଓ ରାହୁଲ ସୋନିଆଙ୍କ କାଖରେ ବସିଛନ୍ତି। ଏହି ଫଟୋକୁ ସୋସିଆଲ ମିଡ଼ିଆରେ ବେଶ୍‌ ଆପ୍ରିସେଡ୍‌ ମିଳୁଛି।

ଆଉ ଏକ ଫଟୋରେ ଅଖିଳେଶ ଏକ ଫ୍ଲା’ କାର୍ଡ଼ ଧରି ଠିଆ ହୋଇଛନ୍ତି। ଯେଉଁଥିରେ ମୋଦି ଡିଡ୍‌ ନଟ୍‌ ଡିଫିଟ୍‌ ମିଁ ଲେଖାଯାଇଥିବା ବେଳେ ରାହୁଲଙ୍କ ଆଡକୁ ମରାଯାଇଛି ଏକ ତୀର। ଅନ୍ୟ ଏକ ଫଟୋରେ ଗୋଟିଏ ଗଛ ମୂଳରେ ରାହୁଲ ଓ ଅଖିଳେଶ ଖଇନି ମଳୁଛନ୍ତି।

ଆଉ ଏକ ଫଟୋରେ ମୁଗଲ ସାମ୍ରାଜ୍ୟର ଶେଷ ମୁଗଲ ରାଜା ବାହାଦୂର ସାହା ଜାଫରଙ୍କ ବେଶରେ ରାହୁଲଙ୍କୁ ଦେଖିବାକୁ ମିଳୁଛନ୍ତି।

ଉତ୍ତରପ୍ରଦେଶ ନିର୍ବାଚନରେ ସମାଜବାଦୀ ପାର୍ଟି(ସପା) ଓ କଂଗ୍ରେସର ପରାଜୟ ପରେ ସୋସିଆଲ ମିଡ଼ିଆରେ ଏପରି ଫଟୋ ଏବଂ ଭିଡିଓକୁ ନେଇ ଆଲୋଚନା ଜୋର ଧରିଛି।

Previous ArticleNext Article

Send this to a friend