ରାହୁଲ କହିଲେ ‘ମୋ ପରି ଓଲା ଏ ଦେଶରେ ନାହାନ୍ତି’

ନୂଆଦିଲ୍ଲୀ: କୋକାକୋଲା କମ୍ପାନୀର ପ୍ରତିଷ୍ଠାତାଙ୍କୁ ଲେମ୍ବୁପାଣି ବିକାଳୀ ଏବଂ ମ୍ୟାକ୍‌ଡୋନାଲଡ୍ ପ୍ରତିଷ୍ଠାତାଙ୍କୁ ଢାବା ବାଲା କହି ଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଥିବା ରାହୁଲ ଗାନ୍ଧୀଙ୍କର ଆଉ ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ଏହି ଭିଡିଓରେ ରାହୁଲ ଏକ ସଭାରେ ନିଜକୁ ଦେଶର ସବୁଠୁ ବଡ ଓଲା କହୁଥିବାର ଦେଖିବାକୁ ମିଳୁଛି।  ରାହୁଲଙ୍କର ଏହି ଭିଡିଓକୁ ଲୋକମାନେ ସୋସିଆଲ୍‌ ମିଡିଆରେ ବହୁଳ ମାତ୍ରାରେ ସେୟାର କରୁଥିବା ଦେଖିବାକୁ ମିଳୁଛି।ସୂଚନା ଅନୁଯାୟୀ, ଦିଲ୍ଲୀର ତାଲକଟୋରା ଷ୍ଟାଡିୟମରେ ଏକ କାର୍ଯ୍ୟକ୍ରମରେ ରାହୁଲ ଅତିଥି ଭାବେ ଯୋଗ ଦେଇଥିଲେ।  ସେଠାରେ ଅନୁଷ୍ଠିତ ହେଉଥିବା ଓବିସି କନ୍‌ଫରେନ୍ସରେ ରାହୁଲ ଗାନ୍ଧୀ ଭାଗ ନେଇଥିଲେ। ଏହି ସମ୍ମିଳନୀରେ ଦେଇଥିବା ଅଭିଭାଷଣରେ ସେ କୋକାକୋଲା କମ୍ପାନୀର ପ୍ରତିଷ୍ଠାତାଙ୍କୁ ଲେମ୍ବୁପାଣି ବିକାଳୀ କହିଥିଲେ। ତା’ ପରେ ଜଣେ ଏନ୍‌ଡିଏ ସାଂସଦ ସହ କଥାବାର୍ତ୍ତା କରୁଥିବା ସମୟରେ ସେ ନିଜକୁ ଦେଶର ସବୁଠୁ ବଡ ଓଲା କହିଥିବାର ଦେଖିବାକୁ ମିଳିଛି। ତାଙ୍କ ପରି ଓଲା ମଣିଷ ଦେଶରେ ନାହାଁନ୍ତି ବୋଲି ସେ କହିଥିଲେ। ତେବେ ସମ୍ପୁର୍ଣ୍ଣ ଭାଷଣ ମଝିରେ ରାହୁଲ ଏହି ଲାଇନ୍‌ର ବ୍ୟବହାର କରିଥିଲେ। କିନ୍ତୁ ଲୋକେ ରାହୁଲ ନିଜକୁ ଓଲା କହୁଥିବା ମୁହୂର୍ତ୍ତର ୪ସେକେଣ୍ଟ ଭିଡିଓକୁ ଏଡ଼ିଟ୍‌ କରି ସୋସିଆଲ୍‌ ମିଡିଆରେ ସେୟାର କରୁଛନ୍ତି ଓ ତାର ମଜା ନେଉଛନ୍ତି।ଏହି ଭିଡିଓ ଦେଖିବା ପରେ କେତେକ ଲୋକେ ରାହୁଲଙ୍କୁ ସମାଲୋଚନା କରିଛନ୍ତି। ଲୋକଙ୍କ କହିବା ଅନୁଯାୟୀ, ରାହୁଲ ଏତେ ଦିନ ପରେ ସତ କଥା ମାନିଛନ୍ତି। ସତ ସ୍ୱୀକାର କରିଥିବାରୁ ସେମାନେ ତାଙ୍କ ଉପରେ ଇମ୍ପ୍ରେସ୍‌ ହୋଇ ଯାଇଛନ୍ତି ବୋଲି କହି କିଛି ଲୋକ ଟ୍ୱିଟ୍‌ କରିଛନ୍ତି।

Previous ArticleNext Article

Send this to a friend