ବଦଳିଲା ରାହୁଲଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟ ଆଇଡି

ନୂଆଦିଲ୍ଲୀ: ବଦଳି ଯାଇଛି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଅଫିସିଆଲ ଟ୍ୱିଟର ଆକାଉଣ୍ଟ ଆଇଡି। ପୂର୍ବରୁ ଅଫିସିଆଲ ଟ୍ୱିଟର ଆକାଉଣ୍ଟର ଆଇଡି ଥିଲା ଅଫିସ୍ ଅଫ୍‌ ଆରଜି(@OfficeOfRG)। ‌ଏହି ଆଇଡିକୁ ପରିବର୍ତ୍ତନ କରି ସେ ଏବେ ରାହୁଲ ଗାନ୍ଧି କରିଦେଇଛନ୍ତି। ଯଦି କେହି ରାହୁଲଙ୍କ ଅଫିସିଆଲ ଟ୍ୱିଟର ଖୋଲିବାକୁ ଚାହିଁବ, ତା’ହେଲେ @rahulGandhi ମାରି ସର୍ଚ୍ଚ କରିବାକୁ ପଡ଼ିବ। ଅଫିସିଆଲ ଟ୍ୱିଟରରେ ରାହୁଲଙ୍କୁ ୬.୧୯ ମିଲିୟନ ଲୋକ ଫଲୋ କରୁଛନ୍ତି। ଟ୍ୱିଟର ଆକାଉଣ୍ଟରେ ରାହୁଲଙ୍କ ଫଟୋ ରହିଛି।

୨୦୧୫ରେ ରାହୁଲ ଅଫିସିଆଲ ଟ୍ୱିଟର ଆକାଉଣ୍ଟ ଖୋଲିଥିଲେ। ସେ ଏହି ଟ୍ୱିଟର ଆକାଉଣ୍ଟରୁ ତେଜସ୍ୱୀ ଯାଦବ,ଅଖିଳେଶ ଯାଦବ, ମମତା ବାନାର୍ଜି ଓ ଅମିତାଭ ବଚ୍ଚନଙ୍କୁ ଫଲୋ କରନ୍ତି।

Previous ArticleNext Article

Send this to a friend