‘ବାପାଙ୍କ ହତ୍ୟାକାରୀକୁ ଆମେ ଭାଇଭଉଣୀ କ୍ଷମା କରିସାରିଛୁ’

rahul-gandhi

ନୂଆଦିଲ୍ଲୀ: ମୁଁ ଏବଂ ପ୍ରିୟଙ୍କା ବାପାଙ୍କ ହତ୍ୟାକାରୀକୁ କ୍ଷମା କରି ଦେଇଛୁ। ସିଙ୍ଗାପୁରରେ ଏପରି କହିଛନ୍ତି ରାଜୀବ ଗାନ୍ଧିଙ୍କ ପୁଅ ତଥା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଏହି ଅବସରରେ ସେ କହିଥିଲେ, “କିଛିବର୍ଷ ବାପାଙ୍କ ହତ୍ୟାକୁ ନେଇ ଆମେ ଦୁଃଖରେ ରହିଥିଲୁ। ଆମକୁ ବହୁତ ରାଗ ବି ହୋଇଥିଲା। ହେଲେ କୌଣସି ପ୍ରକାରେ ଆମେ ନିଜକୁ ସମ୍ଭାଳି ନେଇଛୁ ଓ ଅଭିଯୁକ୍ତଙ୍କୁ କ୍ଷମା କରିଦେଇଛୁ।”

ସୂଚନାଯୋଗ୍ୟ, ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟା ଅଭିଯୋଗ ଶ୍ରୀଲଙ୍କାର ଏଲ୍‌ଟିଟି ଉପରେ ଲାଗିଥିଲା। ସେତେବେଳେ ପ୍ରଭାକରନ୍‌ ଏଲ୍‌ଟିଟିର ମୁଖ୍ୟ ଥିଲେ। ରାହୁଲ କହିଛନ୍ତି, “ମୁଁ ଯେତେବେଳେ ଟିଭିରେ ପ୍ରଭାକରନ୍‌ଙ୍କ ଶବ ଦେଖିଲି ମନରେ ଦୁଇ ପ୍ରକାର ଚିନ୍ତା ଆସିଥିଲା। ପ୍ରଥମେ ଚିନ୍ତା କରିଥିଲି ଏହି ଲୋକ ସହ ଏମିତି ବ୍ୟବହାର କାହିଁକି କରାଗଲା। ଦ୍ୱିତୀୟ ଚିନ୍ତାରେ ତାଙ୍କ ପିଲାମାନଙ୍କ ଉପରେ ମୋର ଦୟା ଆସିଥିଲା।”

ମୁଁ ଓ ମୋ ଭଉଣୀ ଏହି ସମୟକୁ ଦେଖିଛୁ। ହିଂସାକୁ ଅନୁଭବ କରିଛୁ। ଏଥିପାଇଁ ଆମେ କୌଣସି ପ୍ରକାରର ହିଂସାକୁ ପସନ୍ଦ କରୁନାହୁଁ। ରାଜନୀତିରେ କିଛି ଖରାପ ଶକ୍ତି ଅଛନ୍ତି, ଯେଉଁମାନେ ନଜରକୁ ଆସି ନଥାନ୍ତି। ଏହି ଶକ୍ତି ବହୁତ ବଡ଼ ହୋଇଥାନ୍ତି ଓ ଆପଣଙ୍କୁ କ୍ଷତି ପହଞ୍ଚାଇ ପାରନ୍ତି ବୋଲି ରାହୁଲ କହିଛନ୍ତି।

Previous ArticleNext Article

Send this to a friend