ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଥିଲେ ବ୍ରାହ୍ମଣ ଝିଅକୁ ବାହା ହୁଅନ୍ତୁ ରାହୁଲ

rahul

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଯଦି ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଛନ୍ତି, ତା’ହେଲେ ସେ  ଉତ୍ତର ପ୍ରଦେଶର ଜଣେ ବ୍ରାହ୍ମଣ ଝିଅକୁ ବାହା ହୁଅନ୍ତୁ। ସେଠାରେ ବ୍ରହ୍ମଣମାନଙ୍କର ଖାତିର ଅଧିକ। ରାହୁଲ ବ୍ରାହ୍ମଣ ଝିଅକୁ ବାହା ହେଲେ କଂଗ୍ରେସକୁ ବ୍ରାହ୍ମଣ ସମାଜର ସମର୍ଥନ ମିଳିବ।  ଏହା ଆମେ କହୁନାହୁଁ। ପୂର୍ବତନ କଂଗ୍ରେସ ନେତା ତଥା ବର୍ତ୍ତମାନର ଟିଡିପି ସାଂସଦ ଦିବାକର ରେଡ୍ଡି ସୋନିଆ ଗାନ୍ଧିଙ୍କୁ ଏହି ପରାମର୍ଶ ଦେଇଥିଲେ।

୨୦୧୪ ମସିହାରେ ଦିବାକର ଏହି ପରାମର୍ଶ ଦେଇଥିଲେ। ସେତେବେଳେ ସେ କଂଗ୍ରେସରେ ଥିଲେ। ତେବେ ସୋନିଆ ଏହାକୁ ଗ୍ରହଣ କରି ନ ଥିଲେ।

ନିକଟରେ ରାଜନେତା ଓ ଶିଳ୍ପପତିମାନଙ୍କୁ ନେଇ ଆୟୋଜିତ ଏକ ସଭାରେ ଦିବାକର ରେଡ୍ଡି ଏହି କଥା କହିଥିଲେ। ସେ ଆହୁରି କହିଥିଲେ ଯେ  ଯିଏ ବି ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଚାହିଁବ ତାଙ୍କ ପଛରେ ଉତ୍ତର ପ୍ରଦେଶ ଲୋକଙ୍କ ଆଶୀର୍ବାଦ ରହିବା ଜରୁରୀ।

ସୂଚନାଯୋଗ୍ୟ, ଦିବାକର ରେଡ୍ଡି ବର୍ତ୍ତମାନ ଆନ୍ଧ୍ରପ୍ରଦେଶର ଅନନ୍ତପୁର ଆସନରୁ ଲୋକସଭା ସାଂସଦ ଅଛନ୍ତି। ସେ ୨୦୧୪ରେ ଟିଡିପି ଟିକେଟ୍‌ରେ ସାଧାରଣ ନିର୍ବାଚନ ଲଢ଼ିଥିଲେ।  ଏହାପୂର୍ବରୁ ସେ କଂଗ୍ରେସ ଦଳରୁ ୬ ଥର ବିଧାୟକ ହୋଇଥିଲେ। କିନ୍ତୁ ୨୦୧୪ ଲୋକସଭା ନିର୍ବାଚନ ପୂର୍ବରୁ ସେ କଂଗ୍ରେସ ଛାଡ଼ି ଟିଡିପିରେ ସାମିଲ୍ ହୋଇଥିଲେ।

Previous ArticleNext Article

Leave a Reply

Send this to a friend