ଆରଏସ୍‌ଏସ ଆଦର୍ଶରେ ଏନଡିଏ ସରକାର ଚାଲୁଛି

rahul

ନୂଆଦିଲ୍ଲୀ: ରାହୁଲ ଗାନ୍ଧିଙ୍କ କର୍ଣ୍ଣାଟକ ଗସ୍ତ ଶେଷ ହୋଇଛି।  ୪ଦିନିଆ ଗସ୍ତର ଶେଷ ଦିନରେ ଆଜି ରାହୁଲ ବିଦରର ଏକ ମନ୍ଦିର ପରିଦର୍ଶନ କରିଥିଲେ। ଏହା ସହିତ ଏକ ସାଧାରଣ ସଭାରେ ମଧ୍ୟ ଯୋଗ ଦେଇଥିଲେ। ଏହି ଅବସରରେ ରାହୁଲ  ବିଜେପି ଓ ଆରଏସ୍‌ଏସଙ୍କୁ ଟାର୍ଗେଟ କରିଥିଲେ। ସେ କହିଥିଲେ- ଆରଏସ୍‌ଏସ ଆଦର୍ଶରେ ଏନଡିଏ ସରକାର ହିଁ ଚାଲୁଛି। ମୋଦି ଆରଏସ୍‌ଏସର ଇସାରାରେ କାମ କରୁଛନ୍ତି।

ରାହୁଲ ବିମୁଦ୍ରୀକରଣର ଉଦାହରଣ ଦେଇଥିଲେ। କହିଥିଲେ- ବିମୁଦ୍ରୀକରଣ ନେଇ ମୋଦି ଆରବିଆଇ କିମ୍ବା ଅର୍ଥମନ୍ତ୍ରାଳୟର କୌଣସି ଅଧିକାରୀଙ୍କ ପରାମର୍ଶ ଦେଇ ନ ଥିଲେ।  ଆରଏସ୍‌ଏସର ପରାମର୍ଶ ମାନି ହିଁ ଦେଶକୁ ମୋଦି ବଡ଼ ସଙ୍କଟରେ ପକାଇଥିଲେ।

 

Previous ArticleNext Article

Send this to a friend