ବିଜେପି ଓ ଆର୍‌ଏସ୍‌ଏସ୍‌ ଦେଶରେ ଗଣତନ୍ତ୍ର ନଷ୍ଟ କରୁଛନ୍ତି, କିନ୍ତୁ ମୋଦି ଚୁପ: ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ରାମଲୀଳା ମୈଦାନରେ କଂଗ୍ରେସ ଆୟୋଜିତ ଜନ ବିରୋଧୀ ରାଲିରେ ବିଜେପିକୁ ଟାର୍ଗେଟ୍‌ କରିଛି କଂଗ୍ରେସ। ରାଲିରେ ଉଦ୍‌ବୋଧନ ଦେଇ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧି କହିଥିଲେ ଯେ, ଆର୍‌ଏସ୍‌ଏସ୍‌ ଓ ବିଜେପି ଦେଶର ଗଣତନ୍ତ୍ରକୁ ନଷ୍ଟ କରୁଥିବା ବେଳେ ମୋଦି ନୀରବ ଦ୍ରଷ୍ଟା ସାଜିଛନ୍ତି।

୭୦ ବର୍ଷ ଶାସନକାଳରେ କଂଗ୍ରେସ କିଛି କରିନାହିଁ ବୋଲି ମୋଦି କହୁଛନ୍ତି।  ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ବିକାଶ ପାଇଁ ୬୦ ମାସ ମାଗିଥିଲୋ କିନ୍ତୁ ନିଜ ସମସ୍ତ ପ୍ରତିଶ୍ରୁତି ପାଳନ କରିବାରେ ସେ ବିଫଳ ହୋଇଛନ୍ତି ବୋଲି ରାହୁଲ କହିଥିଲେ। ଦେଶର ଆଇନ ପରିସ୍ଥିତି ବିଗିଡ଼ିଛି, ମହିଳାଙ୍କ ପ୍ରତି ଅତ୍ୟାଚାର ବଢ଼ିଛି, ବେକାରୀ ସମସ୍ୟା ଦେଖାଦେଇଛି।  ଏହାସହ ବୈଦେଶିକ ନୀତିରେ କେନ୍ଦ୍ର ସରକାର ବିଫଳ ହୋଇଥିବା କହିଥିଲେ ରାହୁଲ।

ଏହାଛଡ଼ା ମୋଦିଙ୍କ ଚୀନ ଗସ୍ତକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ରାହୁଲ। ମୋଦି ବିନା କୌଣସି ପ୍ରସଙ୍ଗରେ ଚୀନ ଗସ୍ତ କରିଥିଲେ ବୋଲି କହି ସେ ତାତ୍ସଲ୍ୟ କରିଥିଲେ।

ଗୋଟେପଟେ ଡୋକଲାମରେ ଚୀନ ନିଜ ସୈନ୍ୟବଳ ଠୁଳ କରୁଥିବା ବେଳେ ମୋଦିଙ୍କ ଗସ୍ତକୁ ନେଇ ପ୍ରଶ୍ନ ଉଠାଇଥିଲେ ରାହୁଲ। ମୋଦି ସରକାରରେ କେହି ସନ୍ତୁଷ୍ଟ ନାହାଁନ୍ତି। ନିର୍ବାଚନୀ ହାୱା ଏବେ କଂଗ୍ରେସ ସପକ୍ଷରେ ବୋହୁଛି। ୨୦୧୯ ନିର୍ବାଚନରେ ବିଜେପିର ପରାଜୟ ନିଶ୍ଚିତ ବୋଲି ସେ କହିଥିଲେ।

ସେହିଭଳି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧି ମଧ୍ୟ ମୋଦିଙ୍କୁ ଟାର୍ଗେଟ୍‌ କରିଥିଲେ। 

ନିର୍ବାଚନ ଜିତିବା ପୂର୍ବରୁ ମୋଦି ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା କେବଳ ଏକ ଫମ୍ପା ଆବାଜ୍‌ରେ ପରିଣତ ହୋଇଥିବା ସୋନିଆ କହିଥିଲେ ଦେଶରେ ଭ୍ରଷ୍ଟାଚାର ଓ ଅନ୍ୟାୟ ବଢ଼ିଛି। ଏଥିସହିତ କଂଗ୍ରେସର ଏହି ରାଲିକୁ ଜନ ଆକ୍ରୋଶ ରାଲି ବୋଲି ସେ କହିଥିଲେ।

ଅନ୍ୟପକ୍ଷରେ ବିଜେପି ଅଧ୍ୟକ୍ଷ ଅମିତ ଶାହ କଂଗ୍ରେସର ଏହି ଜନଆକ୍ରୋଶ ରାଲିକୁ ପରିବାର ଆକ୍ରୋଶ ରାଲି ବୋଲି କହିଛନ୍ତି। ପ୍ରତ୍ୟେକ ରାଜ୍ୟରେ କଂଗ୍ରେସକୁ ଲୋକେ ପ୍ରତ୍ୟାକ୍ଷାନ କରୁଛନ୍ତି ବୋଲି ଅମିତ କହିଛନ୍ତି।

Previous ArticleNext Article

Send this to a friend