ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ: ରାହୁଲଙ୍କ ଟାର୍ଗେଟ୍‌ରେ କେନ୍ଦ୍ର

Rahul-Gandhi

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ଉପସଭାପତି ରାହୁଲ ଗାନ୍ଧି। ଆଜି ମହାରାଷ୍ଟ୍ରରର ନାନ୍ଦେଦ୍ରେର ଏକ ସାଧାରଣ ସଭାରେ ରାହୁଲ କହିଛନ୍ତି ଯେ, “ଗତ ୩ ବର୍ଷରେ ମହାରାଷ୍ଟ୍ରରେ ପ୍ରାୟ ୯ହଜାର ଚାଷୀ ଆତ୍ମହତ୍ୟା କରିସାରିଲେଣି। ଭାରତରେ ଏଭଳି ରାଜ୍ୟ ନାହିଁ, ଯେଉଁଠି ଚାଷୀ ଆତ୍ମହତ୍ୟା କରୁନାହାନ୍ତି। ସମସ୍ତେ ଜାଣନ୍ତି, ଚାଷୀଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହାୟତାର ଆବଶ୍ୟକତା ରହିଛି। ଯେକୌଣସି ଚାଷୀକୁ ପଚାରିଲେ ସେ କହିବ ତାର ଉତ୍ପାଦିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ହେଉନାହିଁ। ବର୍ଷା ନହେଲେ ସେମାନଙ୍କୁ କ୍ଷତିପୂରଣ କିମ୍ବା ବୋନସ୍ ଦିଆଯାଉନାହିଁ।”

ଏତିକି ନୁହେଁ ଏନଡିଏ ସରକାରଙ୍କୁ ଟାର୍ଗେଟ୍ କରି ରାହୁଲ କହିଥିଲେ, ଦେଶରେ ନ ବୁଲିଲେ, ଏହି ପ୍ରସଙ୍ଗରେ ଆଲୋଚନା ନ କଲେ ସୁଟବୁଟ୍ ସରକାର ଚାଷୀଙ୍କ ପାଇଁ କିଛି କରିପାରିବେ ନାହିଁ। ଭାରତ ପାଇଁ ଶିଳ୍ପପତିମାନେ ଯେପରି ଆବଶ୍ୟକ, ଚାଷୀ ମାନେ ମଧ୍ୟ ସେହିପରି ଆବଶ୍ୟକ।

Previous ArticleNext Article

Send this to a friend