କର୍ଣ୍ଣାଟକ ଶକ୍ତିମନ୍ତ୍ରୀଙ୍କ ଘର ସମେତ ୩୯ ସ୍ଥାନରେ ଆୟକର ବିଭାଗର ଚଢ଼ାଉ

karnataka

ନୂଆଦିଲ୍ଲୀ: କର୍ଣ୍ଣାଟକର ଶକ୍ତିମନ୍ତ୍ରୀ ଡିକେ ଶିବକୁମାରଙ୍କ ଘର ସମେତ ୩୯ଟି ସ୍ଥାନରେ ଏକକାଳୀନ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଉଛି। ଏଥିରେ ଶିବକୁମାରଙ୍କ ବେଙ୍ଗାଲୁରୁ ସ୍ଥିତ ଇଗଲଟନ୍‌ ରିସର୍ଟ ମଧ୍ୟ ରହିଛି। ସୂଚନାଯୋଗ୍ୟ ଗୁଜରାଟ କଂଗ୍ରେସର ବିଧାୟକମାନେ ଏହି ରିସର୍ଟରେ ରହୁଛନ୍ତି। ବିଧାୟକମାନେ ରହିଥିବା ରୁମ୍‌ରେ ମଧ୍ୟ ଆୟକର ବିଭାଗ ପକ୍ଷରୁ ଯାଞ୍ଚ କରାଯାଉଛି।

ଆୟକର ବିଭାଗ ପକ୍ଷରୁ ଆଜି ସକାଳେ ୭ଟାରେ ଏହି ଚଢ଼ାଉ କରାଯାଇଥିଲା। ଶିବକୁମାରଙ୍କ କନକପୁରା ଓ ସଦାଶିବନଗରରେ ମଧ୍ୟ ଚଢ଼ାଉ କରାଯାଇଥିଲା। ଏହାସହ ତାଙ୍କ ସାନ ଭାଇ ତଥା ସ୍ଥାନୀୟ ଡିକେ ସୁରେଶ ଏବଂ ଏମ୍‌ଏଲ୍‌ସି ରବିଙ୍କ ଘରେ ମଧ୍ୟ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଉଛି।

Previous ArticleNext Article

Send this to a friend