ହୁସିଆର୍‌…ପେଟ୍ରୋଲ୍‌ ପମ୍ପରେ ଲାଗିଛି ତେଲ ଚୋରି ଚିପ୍‌

petrol-story_647_010116075556_042817123402

ଲକ୍ଷ୍ନୌ: ସାବଧାନ, ଆପଣଙ୍କ ଅଜାଣତରେ ପେଟ୍ରୋଲ ପମ୍ପରେ ଠକାମିରେ ଶୀକାର ହୋଇ ପାରନ୍ତି। ଦେଶରେ ଏମିତି ଅନେକ ପେଟ୍ରୋଲ ପମ୍ପ ରହିଛି ଯେଉଁଠି ପେଟ୍ରୋଲ କିମ୍ବା ଡିଜେଲ କିଣିବା ବେଳେ ଆପଣ ଦେଇଥିବା ଟଙ୍କା ଅନୁସାରେ କମ ତେଲ ପାଉଥିବେ। ତେଣୁ ବେଳ ଥାଉ ଥାଉ ସତର୍କ ହେଇଯାଆନ୍ତୁ।

ଅନେକ ଦିନ ଧରି ଗ୍ରାହକମାନେ ଏହି ଅଭିଯୋଗ କରି ଆସୁଥିଲେ ମଧ୍ୟ ଏହି କଥା କେହି ଶୁଣୁ ନଥିଲେ। କିନ୍ତୁ ନିକଟରେ ୟୁପିରେ ଯୋଗୀ ସରକାର ଆସିବା ପରେ ରାତି ଅଧିଆ ଚଢଉ କରି ଏହାର ପର୍ଦ୍ଦାଫାସ କରିଛି ସ୍ପେଶାଲ ଟାକ୍ସ ଫୋର୍ସ।

ଲକ୍ଷ୍ନୌରେ ଏସ୍‌ଟିଏଫ୍‌ ଚଢ଼ାଉ କରି ୭ଟି ପେଟ୍ରୋଲ ପମ୍ପରୁ ଇଲେକ୍ଟ୍ରୋନିକ୍ସ ଚିପ୍‌ ଜବତ କରିବା ସହ ସମ୍ପୃକ୍ତ ପେଟ୍ରୋଲ ପମ୍ପଗୁଡିକୁ ସିଲ୍‌ କରିଛି। ଏହି ଚିପ୍‌ ମାଧ୍ୟମରେ  ପେଟ୍ରୋଲ ପମ୍ପ ଗୁଡିକରୁ ୬ପ୍ରତିଶତ ତେଲ କମ ବାହାରି ଥାଏ। ଏହି ଚିପ୍‌ ରିମୋଟ୍‌ ଦ୍ୱାରା ପରିଚାଳିତ ହୋଇଥାଏ। ଯେଉଁଥିପାଇଁ ପେଟ୍ରୋଲ ପମ୍ପ ମାଲିକମାନେ  ପ୍ରତିମାସରେ ୧୪ଲକ୍ଷରୁ ଅଧିକ ଟଙ୍କା ଲାଭ କରିଥାନ୍ତି । ଏହି ଚିପ୍‌ ତିଆରି କରି ପେଟ୍ରୋଲ ପମ୍ପକୁ ବିକ୍ରି କରୁଥିବା ଅଭିଯୁକ୍ତର ନାଁ ରବୀନ୍ଦ୍ର ବୋଲି ପୋଲିସ କହିଛି । ଏହା ସହ ରବୀନ୍ଦ୍ର ସାରା ରାଜ୍ୟରେ ପାଖାପାଖି ୧୦୦୦ଟି ଚିପ୍‌ ବିକ୍ରି କରିଥିବା ଜଣାପଡିଛି।

Previous ArticleNext Article

Send this to a friend