ରେଲୱେକୁ ୱେଟିଂ ଲିଷ୍ଟ୍‌ ଚିନ୍ତା: ଏସବୁ ଏକ୍ସପ୍ରେସ୍‌ରେ ଲାଗିବ ଅଧିକ ବଗି

railways

ନୂଆଦିଲ୍ଲୀ: ଯାତ୍ରୀଙ୍କ ସୁବିଧା ପାଇଁ ଭାରତୀୟ ରେଲୱେ ସବୁ ବେଳେ କିଛି ନା କିଛି ନୂଆ କରିଥାଏ। ଟିକେଟ୍‌ ବୁକିଂ ହେଉ କି ଆଉ କିଛି ଯାତ୍ରୀ ଯେମିତି ହଇରାଣ ନହେବେ ସେଥିପାଇଁ ବିଭିନ୍ନ ପଦକ୍ଷେପ ନେଇଥାଏ। ଏବେ ବଢ଼ି ଚାଲିଥିବା ୱେଟିଂ ଲିଷ୍ଟ୍‌ ଓ ଭିଡକୁ ଦେଖି ରେଲୱେ କିଛି ନୂଆ ପଦକ୍ଷେପ ନେଇଛି। ବିଶେଷ କରି ପୂର୍ବୋତ୍ତର ରେଲୱେ କିଛି ଟ୍ରେନ୍‌ରେ ଅଧିକ ବଗି ଲଗାଇବାକୁ ଯାଉଛି। ଏନେଇ ପୂର୍ବୋତ୍ତର ରେଲୱେର ଜନସମ୍ପର୍କ ଅଧିକାରୀ ସଞ୍ଜୟ ଯାଦବ ସୂଚନା ଦେଇଛନ୍ତି। ସେ କହିଛନ୍ତି, “ୱେଟିଂ ଲିଷ୍ଟରେ ରହୁଥିବା ଯାତ୍ରୀଙ୍କ ସୁବିଧା ପାଇଁ ରେଳବାଇ ପକ୍ଷରୁ ୩ ଯୋଡ଼ା ଏକ୍ସପ୍ରେସ୍‌ରେ ଅତିରିକ୍ତ ବଗି ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି। ଏହା କାର୍ଯ୍ୟକାରୀ ହେବା ପରେ ୱେଟିଂ ଲିଷ୍ଟ କମିଯିବା ସହ ବୁକିଂ କନ୍‌ଫର୍ମ ହୋଇଯିବ।”

କେଉଁ ଟ୍ରେନ୍‌ରେ ଲାଗିବ ଅଧିକ ବଗି

– ୧୫୦୦୪ ଗୋରଖପୁର-କାନପୁର ଅନୱରଗଞ୍ଜ ଚୌରିଚୌରା ଏକ୍ସପ୍ରେସ୍‌ରେ ୨୨ ଓ ୨୪ ଜୁନକୁ ଗୋରଖପୁରରୁ ସ୍ଲିପିଂ କୋଚ୍‌ ଲାଗିବ।

–  ୧୫୦୦୩ କାନପୁର ଅନୱରଗଞ୍ଜ-ଗୋରଖପୁର ଚୌରିଚୌରା ଏକ୍ସପ୍ରେସ୍‌ରେ ୨୩ ଓ ୨୫ ଜୁନ୍‌କୁ ଅନୱରଗଞ୍ଜରେ ସ୍ଲିପିଂ କୋଚ୍‌ ଲାଗିବ।

– ୧୫୦୨୨ ଗୋରଖପୁର-ଶାଲିମାର ଏକ୍ସପ୍ରେସ୍‌ରେ ୨୫ ଜୁନ୍‌କୁ ଗୋରଖପୁରରେ ସ୍ଲିପିଂ କୋଚ୍‌ ଲାଗିବ।

– ୧୫୦୨୧ ଶାଲିମାର-ଗୋରଖପୁର ଏକ୍ସପ୍ରେସ୍‌ରେ ୨୬ ଜୁନ୍‌କୁ ଶାଲିମାରଠାରେ ସ୍ଲିପିଂ କୋଚ୍‌ ଲାଗିବ।

-୧୫୧୨୦ ମଣ୍ଡୁୱାଡିହ-ରାମେଶ୍ୱରମ୍‌ ଏକ୍ସପ୍ରେସ୍‌ରେ ୨୪ ଜୁନ୍‌କୁ ମଣ୍ଡୁୱାଡିହରେ ସ୍ଲିପିଂ କୋଚ୍‌ ଲଗାଯିବ।

– ୧୫୧୧୯ ରାମେଶ୍ୱରମ-ମଣ୍ଡୁୱାଡିହ ଏକ୍ସପ୍ରେସ୍‌ରେ ୨୭ ଜୁନ୍‌କୁ ରାମେଶ୍ୱରମ୍‌ଠାରେ ସ୍ଲିପିଂ  କୋଚ୍‌ ଲାଗିବ।

Previous ArticleNext Article

Send this to a friend