ଅକ୍ଟୋବର ୨ରେ ରେଳଯାତ୍ରୀଙ୍କୁ ମିଳିବନି ଆମିଶ, କାହିଁକି ଜାଣନ୍ତୁ

ନୂଆଦିଲ୍ଲୀ: ଗାନ୍ଧୀ ଜୟନ୍ତୀରେ ରେଳ ଯାତ୍ରୀଙ୍କୁ ମିଳିବନି ଆମିଶ। ଏହି ଦିନ କେବଳ ନିରାମିଶ ହିଁ ପରସା ଯିବ। ରେଲୱେ ବୋର୍ଡ଼ ପକ୍ଷରୁ ଏହି ପ୍ରସ୍ତାବ ଦିଆଯାଇଛି। କାରଣ ଏହି ଦିବସକୁ ରାଷ୍ଟ୍ରୀୟ ସ୍ୱଚ୍ଛତା ଦିବସ ପାଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଯେହେତୁ ମହାତ୍ମା ଗାନ୍ଧୀ ନିରାମିଶାଶି ଥିଲେ ତାଙ୍କ ସମ୍ମାନର୍ଥେ ଏହି ପଦକ୍ଷେପ ନିଆଯିବାକୁ ବିଚାର କରାଯାଇଛି। କେବଳ ରାଷ୍ଟ୍ରୀୟ ସ୍ୱଚ୍ଛତା ଦିବସ ନୁହଁ ଭେଜିଟେରିଆନ୍ ଦିବସ ପାଳନ ନେଇ ମଧ୍ୟ ନିଷ୍ପତ୍ତି ନିଆଯାଇଛି।

ମୁଖ୍ୟତଃ ୨୦୧୯ ଏବଂ ୨୦୨୦ ପାଇଁ ଗାନ୍ଧିଙ୍କର ୧୫୦ତମ ଜୟନ୍ତୀ ପାଳନ କରାଯାଉଥିବାରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ନେଇ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତି ହୋଇଛି। ଏହି କାର୍ଯ୍ୟକ୍ରମରେ ଉପରୋକ୍ତ ଯୋଜନା ସାମିଲ କରାଯାଇଥିଲା। ଏହି ପରିପ୍ରକ୍ଷୀରେ ସ୍ପେସିଆଲ ସଲଟ୍‌ ରେକ୍ ନାମରେ ଏକ ଏକ୍ସପ୍ରେସ୍‌ ଦାଣ୍ଡିରୁ ଯାତ୍ରା କରିବ। ସେହିପରି ଗାନ୍ଧିଙ୍କ ଜନ୍ମସ୍ଥାନ ସାବରମତିରୁ ସ୍ୱଚ୍ଛତା ଏକ୍ସପ୍ରେସ୍‌ ନାମରେ ଏକ ଏକ୍ସପ୍ରେସ୍‌ ଚଳାଇବାକୁ ଯୋଜନା ରହିଛି। ଏହି ଦୁଇଟି ଟ୍ରେନ୍‌ ବିଭିନ୍ନ ଷ୍ଟେସନକୁ ଯାତ୍ରା କରିବ। ମୁଖ୍ୟତଃ ଗାନ୍ଧୀଙ୍କୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଏହି ଯାତ୍ରା ଚାଲିବ।

Previous ArticleNext Article

Send this to a friend