ରାଜନୀତିକୁ ଆସୁଛନ୍ତି ରଜନୀକାନ୍ତ: ବିଜେପି ପାଇଁ ସାଜିବେ କି ଶକ୍ତି?

rajnikanth6_1495197662_749x421

ଚେନ୍ନାଇ: ନିଜର ଜବରଦସ୍ତ ଆକ୍ସନ ପାଇଁ କୋଟି କୋଟି ସିନେପ୍ରେମୀଙ୍କ ହୃଦୟରେ ସ୍ଥାନ ପାଇଥିବା ରଜନୀକାନ୍ତ ଖୁବଶୀଘ୍ର ରାଜନୀତିକୁ ଓହ୍ଲାଇବାକୁ ଯାଉଛନ୍ତି। ଯାହା ଜଣାପଡୁଛି ରଜନୀକାନ୍ତ ଏହାଭିତରେ ରଜନୀତିକୁ ଆସିବା କଥା ଘୋଷଣା କରିପାରନ୍ତି। ରଜନୀକାନ୍ତ ଶୁକ୍ରବାର ଏକ ବୟାନ ଜାରି କରି କହିଛନ୍ତି ଯେ ଏ ସିଷ୍ଟମ୍‌ ଖରାପ ହୋଇଗଲାଣି । ଏହାକୁ ବଦଳାଇବାକୁ ବଡ଼ ଧରଣର ପରିବର୍ତ୍ତନର ଆବଶ୍ୟକ। ଏହି ବୟାନ ଆସିବା ପରେ ରାଜନୀତିରେ ତାଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

ଅନ୍ୟପଟେ ରଜନୀକାନ୍ତଙ୍କ ରାଜନୀତିରେ ଆଗମନକୁ ନେଇ ତାମିଲମାଡୁ ମୁଖ୍ୟମନ୍ତ୍ରୀ ଖୁସି ଜାହିର କରିଛନ୍ତି। ଏହାସହ ସେ କହିଛନ୍ତି ଯେ ରଜନୀକାନ୍ତଙ୍କ ଭଳି ବ୍ୟକ୍ତି ଯଦି ରାଜନୀତିକୁ ଆସନ୍ତି ତବେ ତାଙ୍କୁ ସ୍ୱାଗତ।

ସେପଟେ ରଜନୀକାନ୍ତ ବିଜେପିରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ତାମିଲନାଡୁରେ ବିଜେପିର ସ୍ଥିତି ଭଲ ନ ଥିବା ବେଳେ ରଜନୀକାନ୍ତଙ୍କ ସହାୟତାରେ ବିଜେପି ଏଠାରେ ସ୍ଥିତି ମଜଭୁତ କରିବାକୁ ଚିନ୍ତା କରୁଛି। ଆରଏସ୍‌ଏସ୍‌ ସହାୟତାରେ ବିଜେପି ମଞ୍ଚରେ ରଜନୀକାନ୍ତ ଦେଖାଦେଇପାରନ୍ତି। ଏନେଇ ବିଜେପି ଓ ଆରଏସଏସ ତାଙ୍କ ସହ ଲଗାତାର ସମ୍ପର୍କରେ ରହିଥିବା ଜଣାପଡିଛି। ରଜନୀକାନ୍ତଙ୍କ ସହ ବିଜେପି ଓ ସଂଘ ପରିବାରର ଭଲ ସଂମ୍ପର୍କ ରହିଥିବା ବେଳେ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରି ଚର୍ଚ୍ଚାକୁ ଆସିଥିଲେ ରଜନୀକାନ୍ତି।

 

 

Previous ArticleNext Article

Leave a Reply

Your email address will not be published. Required fields are marked *