ତାମିଲନାଡୁ ରାଜନୀତିରେ ହଟଚମଟ, ହେଲିକପ୍ଟରରେ  ରଜନୀକାନ୍ତଙ୍କ ସହ ଆଉ କିଏ ଥିଲେ?

rajinikanth-and-kamal-haasan-pti-650_650x400_61515305962

ନୂଆଦିଲ୍ଲୀ: ତାମିଲନାଡୁ ରାଜନୀତିରେ ହଟଚମଟ । ତାମିଲ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଦୁଇ ସୁପରଷ୍ଟାର ରଜନୀକାନ୍ତ ଓ କମଲ ହାସନଙ୍କୁ ଏକାଠି ଦେଖିବାକୁ ମିଳିଛି।  ସାମ୍ନାକୁ ଆସିଥିବା ଉଭୟଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦୁହେଁ ଗୋଟିଏ ହେଲିକପ୍ଟରରେ ଏକାଠି ଯାତ୍ରା କରୁଛନ୍ତି । ମାଲେସିଆରେ ଆୟୋଜିତ ଏକ କାଅର୍ଯ୍ୟକ୍ରମରେ ଯୋଗ ଦେବାକୁ ଉଭୟ ଏକାଠି ଗୋଟିଏ ବିମାନରେ ଯାଇଥିଲେ । କେବଳ ଏତିକି ନୁହେଁ, ମାଲେସିଆର ଏକ ଷ୍ଟାର ନାଇଟରେ ଗୋଟିଏ ମଞ୍ଚରେ ଉଭୟ ଉପସ୍ଥିତ ଥିଲେ।

ଉଭୟଙ୍କ ଏଭଳି ଫଟୋକୁ ନେଇ ଏବେ ରାଜନୈତିକ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି। କାରଣ ଗତ ଡିସେମ୍ବର ୩୧ ତାରିଖରେ ରଜନୀକାନ୍ତ ରାଜନୀତିରେ ଯୋଗ ଦେବା ସହ ନିଜ ଦଳ ଗଢ଼ି ତାମିଲନାଡୁ ବିଧାନସଭା ନିର୍ବାଚନ ଲଢ଼ିବାକୁ ଘୋଷଣା କରିଥିଲେ। ତେଣୁ ରାଜନୀତି ମଞ୍ଚରେ ବି ଉଭୟ ଏକାଠି ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି ।

Previous ArticleNext Article

Send this to a friend