ମୋଦିଙ୍କୁ ରାଖୀ ପିନ୍ଧାଇବେ ପାକିସ୍ତାନୀ ଭଉଣୀ

rakhi

ନୂଆଦିଲ୍ଲୀ: ପାକିସ୍ତାନୀ ଭଉଣୀଙ୍କଠାରୁ ରାଖୀ ପିନ୍ଧିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବାହାଘର ପରେ କମର ମୋହସିନ୍ ଶେଖ୍‌ ପାକିସ୍ତାନରୁ ଭାରତ ଚାଲି ଆସିଥିଲେ। ସେହି ଦିନଠାରୁ ସେ ଭାରତରେ ରହି ଆସୁଛନ୍ତି। କମର ମୋହସିନ୍ କହିଛନ୍ତି,“ଯେବେ ମୁଁ ପ୍ରଥମ ଥର ପାଇଁ ମୋଦି ଭାଇଙ୍କୁ ରାଖୀ ବାନ୍ଧି ଥିଲି ସେ ସେତେବେଳେ ଆର୍‌ଏସ୍‌ଏସ୍‌ ଜଣେ କାର୍ଯ୍ୟକର୍ତ୍ତା ଥିଲେ। ଆଜି ସେ କଠିନ ପରିଶ୍ରମ ଓ ଦୂରଦୃଷ୍ଟି ଯୋଗୁଁ ଦେଶର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ସେ ବ୍ୟସ୍ତ ଥିବେ ବୋଲି ମୁଁ ଭାବୁଥିଲି, କିନ୍ତୁ ଦୁଇ ଦିନ ତଳେ ତାଙ୍କର ଫୋନ୍ ଆସିଥିଲା।  ସେଥିପାଇଁ ମୁଁ ବହୁତ ଖୁସି।”

ସେ ଆହୁରି କହିଛନ୍ତି,“ମୁଁ ଯେତେବେଳେ ମୋ ସ୍ୱାମୀଙ୍କ ସହିତ ଦିଲ୍ଳୀ ଆସିଥିଲି ସେ ସମୟରେ ମୋଦିଙ୍କ ସହିତ ମୋର ସାକ୍ଷାତ ହୋଇଥିଲା। ତାଙ୍କ ବ୍ୟବହାର ବହୁତ ଭଲ ଥିଲା। ସେ ସବୁବେଳେ ମୋତେ ସାକ୍ଷାତ କରୁଥିଲେ ଓ ସେତେବେଳେ ନିଶ୍ଚିତ ପଚାରୁଥିଲେ କେମିତି ଅଛି ମୋ ଭଉଣୀ। ତାଙ୍କୁ ମୁଁ ଦୀର୍ଘ ୩୬ ବର୍ଷ ହେବ ରାଖୀ ବାନ୍ଧି ଆସୁଛି।”

ଏଥର ରାଖୀ ବାନ୍ଧିବା ପାଇଁ ମୋଦି ତାଙ୍କୁ ଦିଲ୍ଲୀ ଡାକିଥିବା କମର ମୋହସିନ୍ କହିଛନ୍ତି।

Previous ArticleNext Article

Send this to a friend