ସେକ୍ସ ଆଡିକ୍ଟେଡ ରାମ ରହିମ: ରାତିରେ ପ୍ରଳାପ କରୁଛନ୍ତି

Ram-Rahim

ନୂଆଦିଲ୍ଲୀ: ରାମ ରହିମ ସେକ୍ସ ଆଡିକ୍ଟେଡ। ସେ ଜେଲରେ ଅସ୍ତବ୍ୟସ୍ତ ହେଉଛନ୍ତି। ସେଥିପାଇଁ ତାଙ୍କର ସ୍ୱାସ୍ଥ୍ୟ ଖରାପ ରହୁଛି। ରାତିରେ ନିଦ ହେଉ ନାହିଁ। ରାତି ସାରା ବସି ପ୍ରଳାପ କରୁଛନ୍ତି। ଏହାର କୌଣସି ଚିକିତ୍ସା ନାହିଁ। ଏପରି ସ୍ଥିତି ଲାଗି ରହିଲେ ତାଙ୍କ ମାନସିକ ସନ୍ତୁଳନ ବିଗିଡ଼ି ଯାଇପାରେ ବୋଲି ଜେଲ୍‌ରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଡାକ୍ତର କହିଛନ୍ତି।

ମିଡିଆରେ ରାମ ରହିମଙ୍କ ସ୍ୱାସ୍ଥ୍ୟ ଖରାପ ଥିବା ପ୍ରସାରଣ ହେବା ପରେ ପୋଷ୍ଟ ଗ୍ରାଜୁଏଟ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସର ୫ ଜଣିଆ ଡାକ୍ତର ଟିମ୍‌ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ରୋହତକ ଜେଲ ଆସିଥିଲେ। ସେକ୍ସ ଆଡିକ୍ଟେଡ ଯୋଗୁଁ ତାଙ୍କ ସ୍ୱାସ୍ଥ୍ୟ ଖରାପ ରହୁଛି ବୋଲି ଡାକ୍ତର କହିଛନ୍ତି।

ସେକ୍ସ ପାୱାର ବଢାଇବାକୁ ମେଡିସିନ ଖାଉଥିଲେ

ସେକ୍ସ ପାୱାର ବଢ଼ାଇ ପାଇଁ ରାମ ରହିମ ମେଡିସିନ୍‌ ପ୍ରତିଦିନ ଖାଉଥିଲେ। ଯାହା ବିଦେଶରୁ ଅଣାଯାଉଥିଲା। ସେ ମଦ ଓ ଡ୍ରଗ୍ସ ମଧ୍ୟ ନେଉଥିଲେ। ୧୯୮୮ ମସିହାରେ ମଦ ପିଉଥିବାର ତାଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହା କହିଛନ୍ତି ଡେରାରେ ଚାକିରି କରିଥିବା ଜଣେ ବ୍ୟକ୍ତି। ହେଲେ କୋର୍ଟରେ ଶୁଣାଣି ବେଳେ ରାମ ରହିମବି ଚାରପତିଙ୍କ ପାଖରେ ନିଜକୁ ନପୁଂସକ କହିଥିଲେ।

୨୦୦ରୁ ୨୫୦ ସାଧ୍ୱୀଙ୍କ ଗହଣରେ ରହୁଥିଲେ

୨୦୦ରୁ ୨୫୦ ଜଣ ସାଧ୍ୱୀ ରାମ ରହିମଙ୍କ ସେବା କରୁଥିଲେ। ଏଥିପାଇଁ ସେମାନଙ୍କୁ ବିଶେଷ ତାଲିମ ଦିଆଯାଉଥିଲା। ସେମାନଙ୍କ ସହ ଅନ୍ୟ ପୁରୁଷ କଥା ହେବା ଉପରେ ଥିଲା କଟକଣା। ସାଧ୍ୱୀ ମାନେ ରହୁଥିବା ସ୍ଥାନର ୫ରୁ ୧୦ ମିଟର ଦୂର ପର୍ଯ୍ୟନ୍ତ କୌଣସି ପୁରୁଷଙ୍କୁ ପ୍ରବେଶ ପାଇଁ ଅନୁମତି ନଥିଲା।

Previous ArticleNext Article

Leave a Reply

Your email address will not be published. Required fields are marked *

Send this to a friend