ରମଜାନ୍‌ ପା‌ଇଁ ଆସିଲା ନୂଆ ମୋବାଇଲ ଆପ୍

Ramadan

ନୂଆଦିଲ୍ଲୀ: ଆସନ୍ତାକାଲିଠୁ ଆରମ୍ଭ ହେଉଛି ମୁସଲମାନ ଧର୍ମ ମାସ ‘ରମଜାନ୍’। ମୁସଲମାନ ଭାଇ ଭଉଣୀମାନେ ରୋଜା(ଓଷା) ରଖିବେ। ଏହି ଅବସରରେ ସହରୀ, ଇଫତାର ଓ ତରାବିହର ସଠିକ୍‌ ସମୟ ବତାଇବା ପାଇଁ ଏକ ଆପ୍‌ ଆରମ୍ଭ କରାଯାଇଛି। ଏହି ମୋବାଇଲ ଆପ୍‌କୁ ଇସଲାମିକ୍ ସେଣ୍ଟର ଅଫ୍ ଇଣ୍ଡିଆ ଲଞ୍ଚ୍ କରିଛି। ଏହାର ନାଁ ହେଉଛି ‘ଆଇସିଆଇ ରମଜାନ୍‌ ହେଲ୍ପ ଲାଇନ୍ ଆପ୍’।

ଇସଲାମିକ ସେଣ୍ଟରର ଚେୟାରମ୍ୟାନ୍ କହିଛନ୍ତି ଯେ, ଏହି ଆପ୍‌ରେ ରମଜାନର ମହତ୍ୱ ସହ ସହରୀ ଓ ଇଫତାର୍‌ର ସମୟ, ସହରର ବିଶେଷ ମସଜିଦ୍‌ମାନଙ୍କରେ ତରାବିହର ନମାଜ୍‌ର ସମୟ ସହ ଜଡ଼ିତ ସମସ୍ତ ସୂଚନା ମିଳିବ। ଏହା ବ୍ୟତୀତ ରୋଜା, ଜକାତ, ତରାବିହ, ଇଫତାର, ସହରୀ, ନମାଜ ସମ୍ଭନ୍ଧିତ ସମସ୍ତ ପ୍ରଶ୍ନର ଉତ୍ତର ପାଇଁ ଏକ ଅଲଗା ସେକ୍ସନ୍‌ ତିଆରି କରାଯାଇଛି। ଏହାଦ୍ୱାରା ଅନେକ ଲୋକଙ୍କର ଫାଇଦା ହେବ ବୋଲି ଆଶା କରାଯାଉଛି।

ସାରା ବିଶ୍ୱରେ ରମଜାନ୍‌ ମାସ ଆସନ୍ତାକାଲିଠୁ ଆରମ୍ଭ ହେଉଛି। ରମଜାନ୍‌ରେ ରୋଜା ରଖିବା ସମୟରେ ଜଳ ସେବନ ମଧ୍ୟ ନିଷେଧ। ଇସଲାମିକ୍‌ କ୍ୟାଲେଣ୍ଡରରେ ଏହି ମାସକୁ ହୀଜରି କୁହାଯାଏ। ବିଶ୍ୱାସ ରହିଛି ଯେ, ଏହି ମାସରେ କୋରାନ୍ ପଢ଼ିବା ଦ୍ୱାରା ଅଧିକ ପୂଣ୍ଣ୍ୟ ମିଳିଥାଏ। ରୋଜା ସମୟରେ ପାନ, ଗୁଟକା, ସିଗାରେଟ୍‌ ମଧ୍ୟ ନିଷେଧ। ତେଣୁ ରମଜାନ୍‌ ମାସରେ ଏହି ସବୁ ଖରାପ ଅଭ୍ୟାସରୁ ମୁକ୍ତି ମିଳିପାରେ। କେବଳ ଏତିକି ନୁହେଁ, ରୋଜା ସମୟରେ ମୁସଲମାନ ଭାଇ ଭଉଣୀମାନେ ଅନ୍ୟମାନଙ୍କର ସେବା ଓ କୋରାନ ପଢ଼ି ଆହ୍ଲାଙ୍କୁ ସ୍ମରଣ କରିଥାନ୍ତି।

Previous ArticleNext Article

Send this to a friend