ଆରବିଆଇ ଆଣିବ କି ନୂଆ କଏନ୍‌ ?

coin

ନୂଆଦିଲ୍ଲୀ: ଭାରତୀୟ ବଜାରକୁ ଆସିବ ନୂଆ କଏନ୍‌ ଓ ଟଙ୍କିକିଆ ନୋଟ୍‌। ଏପରି କିଛି ନ୍ୟୁଜ୍‌ ସୋସିଆଲ ମିଡିଆରେ ଫଟୋ ସହ ଭାଇରାଲ ହେବାରେ ଲାଗିଛି। ଯାହାକୁ ନେଇ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ହେଲେ ଏପରି ନ୍ୟୁଜ୍‌ ପୂର୍ବରୁ ମଧ୍ୟ ଆସିଥିବା ବେଳେ ଏହା ମିଛ ବୋଳି ଜଣାପଡିଥିଲା। ଯାହାକୁ ନେଇ କିଛି ଲୋକଙ୍କ ମନରେ ପ୍ରଶ୍ନ ଉଠିବାରେ ଲାଗିଛି।

coinସୂଚନା ଅନୁସାରେ ଏନେଇ ଆର୍‌ବିଆଇ ୱେବସାଇଟ୍‌ରେ ସେମିତି କିଛି ସୂଚନା ନାହିଁ। ମାତ୍ର ସୋସିଆଲ୍‌ ମିଡ଼ିଆରେ ଏହା ଭାଇରାଲ୍‌ ହେବାରେ ଲାଗିଛି। ସୋସିଆଲ ମିଡିଆ ଖବର ଅନୁସାରେ ଆର୍‌ବିଆଇ କୁଆଡ଼େ ନୂଆ ୨୦, ୧୫୦, ୧୦୦ ଓ ୧୦୦୦ ଟଙ୍କିଆ କଏନ୍‌ ଓ ନୋଟ୍‌ ଛାପିବ।

ମିଳିଥିବା ତଥ୍ୟ ଅନୁସାରେ ଆରବିଆଇ ଏପରି କୌଣସି ପ୍ରକାର ନୋଟ୍‌ ଓ କଏନ ବଜାରକୁ ଛାଡିବା ଯୋଜନାରେ ନାହିଁ। ଏହା କେବଳ ଭାଇରାଲ ନ୍ୟୁଜ୍‌ ବୋଲି ଜଣାପଡିଛି।

ସୂଚନାରୁ ପ୍ରକାଶ, ବିମୁଦ୍ରାକରଣ ପରେ ଲୋକଙ୍କ ମନରେ ଛନକା ପସି ଯାଇଥିଲା। ପୁରୁଣା ଟଙ୍କାକୁ ବଦଳାଇବା ଓ ନୂଆ ଟଙ୍କା ଉଠାଇବା ପାଇଁ ବ୍ୟାଙ୍କ ଏବଂ ଏଟିଏମ୍‌ରେ ଲାଗିଥିଲା ପ୍ରବଳ ଭିଡ଼। ଏହି ସମୟରେ କିଛି ଲୋକ ଫଟୋସପ୍‌ ଜରିଆରେ ଏପରି ଗୁଜବ ସୃଷ୍ଟି କରିଥିଲେ। ଯାହା ପୁଣି ଥରେ ଭାଇରାଲ ହେବାରେ ଲାଗିଛି।

Previous ArticleNext Article

Send this to a friend