କେନ୍ଦ୍ରମନ୍ତ୍ରୀ ଓ ବାବୁଙ୍କୁ ମନା ନାଲିବତି; ମେ’ ୧ରୁ ଲାଗୁ

red

ନୂଆଦିଲ୍ଲୀ: ମେ’ ୧ରୁ ଭିଭିଆଇପିଙ୍କ ଗାଡ଼ିରେ ନାଲିବତି ଲାଗି ପାରିବନାହିଁ। ଏପରିକି ପ୍ରଧାନମନ୍ତ୍ରୀଙ୍କ ଗାଡ଼ିରେ ମଧ୍ୟ ନାଲିବତି ଲାଗିପାରିବ ନାହିଁ। କେନ୍ଦ୍ର କ୍ୟାବିନେଟ୍ ଆଜି ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି।

କ୍ୟାବିନେଟର ନିଷ୍ପତ୍ତି ଅନୁସାରେ ଏଣିକି ଆଉ କେନ୍ଦ୍ର ଓ ରାଜ୍ୟର ମନ୍ତ୍ରୀ ଏବଂ ଅଫିସରମାନେ ଗାଡିରେ ଆଉ ନାଲିବତି ବ୍ୟବହାର କରିପାରିବେ ନାହିଁ। ଦେଶରେ ଭିଆଇପି ସଂସ୍କୃତିକୁ ଲୋପ କରିବାକୁ ଯାଇ ସରକାର ଏଭଳି ନିଷ୍ପତ୍ତି  ନେଇଛନ୍ତି। ତେବେ ରାଷ୍ଟ୍ରପତି, ଉପ-ରାଷ୍ଟ୍ରପତି, ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଓ ଲୋକସଭା ବାଚସ୍ପତି ନାଲିବତି ବ୍ୟବହାର କରିପାରିବେ।

ସେହିପରି ଜରୁରୀକାଳିନ ସେବା କ୍ଷେତ୍ରରେ ମଧ୍ୟ ନାଲିବତି ବ୍ୟବହାର କରାଯାଇପାରିବ। ଆମ୍ୱୁଲାନ୍ସ ଓ ପୋଲିସ ଗାଡ଼ିରେ ନାଲିବତି ବ୍ୟବହାର କରିପାରିବେ ବୋଲି କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି।

Previous ArticleNext Article

Send this to a friend