‘ମା’କୁ ହରାଇଲା ବଲିଉଡ୍‌: ପରଲୋକରେ ଅଭିନେତ୍ରୀ ରିମା ଲାଗୁ  

Reema-Lagoo1-1

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ଅଭିନେତ୍ରୀ ରିମା ଲାଗୁଙ୍କ ଆଜି ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା। ହୃଦ୍‌ରୋଗରେ ଆକ୍ରାନ୍ତ ହୋଇ ମୁମ୍ବାଇର  କୋକିଲାବେନ ହସ୍‌ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ଆଜି ତାଙ୍କର ମୃତ୍ୟୁ ଘଟିଛି। ଏହି ଅଭିନେତ୍ରୀ ଜଣକ  ଉଭୟ ସିନେମା ଓ ଟେଲିଭିଜନ ଜଗତରେ  ମା’ ଭୂମିକାରେ ବଳିଷ୍ଠ ଅଭିନୟ କରି ଲୋକପ୍ରିୟ ହୋଇପାରିଥିଲେ।

ହମ୍‌ ଆପକେ ହେ କୌନ, ହମ୍‌ ସାଥ୍‌ ସାଥ୍‌ ହେ, ମେନେ ପ୍ୟାର୍‌ କିୟା ଏବଂ କାଲ୍‌ ହୋ ନା ହୋ ଭଳି ସୁପରହିଟ୍‌ ଚଳଚ୍ଚିତ୍ରରେ ରିମାଙ୍କ  ଅଭିନୟ ଦର୍ଶକଙ୍କୁ ବେଶ ଛୁଇଁପାରିଥିଲା। ସେହିପରି ହିନ୍ଦୀ ଟିଭି ସିରିଏଲ ଜଗତରେ ମଧ୍ୟ ସେ ଖୁବ୍‌ ନା’ କମେଇଥିଲେ।  ଟିଭି ସିରିଏଲ ‘ତୁ ତୁ ମେ ମେ’ ଏବଂ ‘ଶ୍ରୀମାନ ଶ୍ରୀମତି’ରେ ତାଙ୍କ ଅଭିନୟ ଦର୍ଶକଙ୍କୁ ଖୁବ୍‌ ଆକର୍ଷିତ କରିପାରିଥିଲା। ଶ୍ରେଷ୍ଟ ପାର୍ଶ୍ୱ ଅଭିନେତ୍ରୀ ଭାବେ ତାଙ୍କୁ ଫିଲ୍ମ ଫେୟାର ଆୱାର୍ଡ଼ ମିଳିଥିଲା। ତାଙ୍କ ମୃତ୍ୟୁରେ ସାରା ବଲିଉଡ୍‌ରେ ଶୋକର ଛାୟା ଖେଳିଯାଇଛି।

Previous ArticleNext Article

Send this to a friend