ଲାଇଭ୍ ଇଣ୍ଟରଭ୍ୟୁରେ ଚାପୁଡ଼ା: ବିବିସି ସାମ୍ବାଦିକଙ୍କୁ କାହିଁକି ମାରିଲେ ମହିଳା, ପଢନ୍ତୁ ଏହି ରିପୋର୍ଟ

reporter-gropes-woman-

ନୂଆଦିଲ୍ଲୀ:  ଜଣେ ସମ୍ବାଦଦାତାଙ୍କ ଜୀବନ କେବେବି ସହଜ ହୋଇ ନଥାଏ। ଅନେକ ଘାତ ପ୍ରତିଘାତକୁ ନେଇ ତାଙ୍କ ପେଶା। କ୍ୟାମେରା ସହ ତାଙ୍କର ଥାଏ ବନ୍ଧୁତା। ସେହି କ୍ୟାମେରା ଢାଳିଦିଏ ଯଶ ଓ ମାନ। ଆଉ କେବେ କେବେ ସେହି କ୍ୟାମେରା ସାମ୍ନାରେ କିଛି ଭୁଲ ପାଇଁ ସେ ହରାଇ ବସନ୍ତି ଜୀବନଯାକ ଅର୍ଜନ କରିଥିବା ସମ୍ମାନ। ସମ୍ବାଦଦାତାଙ୍କ ଉପରେ ଆକ୍ରମଣର ଖବର ଆମେ ଅନେକ ଦେଖିଛୁ। ହେଲେ ନିକଟରେ ଘଟିଛି ଏକ ଅକଳ୍ପନୀୟ ଘଟଣା। ନିଜର ଅସାବଧାନତା ପାଇଁ ସମ୍ବାଦଦାତାଙ୍କୁ କ୍ୟାମେରା ଆଗରେ ମହିଳାଙ୍କ ଠାରୁ ଚାପୁଡ଼ା ଖାଇବାକୁ ପଡିଛି ।

ବ୍ରିଟିଶ ବ୍ରଡ୍ କାଷ୍ଟିଂ କର୍ପୋରେସନ (ବିବିସି)ର ସମ୍ବାଦଦାତା ବେନ ବ୍ରାଉନ ତାଙ୍କ ସହଯୋଗୀ ନାରମନ୍‌ ସ୍ମିଥଙ୍କର ଏକ ଲାଇଭ ଇଣ୍ଟରଭ୍ୟୁ ନେଉଥିଲେ। ଅଚାନକ ଏକ ସୁନ୍ଦରୀ ଫ୍ରେମ୍ ଭିତରକୁ ଚାଲି ଆସିଥଲେ। କ୍ୟାମେରା ସମ୍ମୁଖକୁ ଆସି ସେ ରିପୋର୍ଟରଙ୍କୁ ସାବାସି ଦେଇ “ଆବସୋଲ୍ୟୁଟଲି ଫାଣ୍ଟାଷ୍ଟିକ” ମଧ୍ୟ କହିଲେ। ହେଲେ ଏହାପରେ ଯାହା ଘଟିଲା ତାହା ଥିଲା କଳ୍ପନାବାହାରେ।

ବେନ ବ୍ରାଉନ କ୍ୟାମେରା ସମ୍ମୁଖରେ ଆସୁଥିବା ମହିଳାଙ୍କୁ ଅଟକାଇବାକୁ ଯାଇ ମହିଳାଙ୍କ ଶରୀରର ଏମିତି ଏକ ସ୍ଥାନରେ ହାତ ଲଗାଇଦେଲେ, ଯେଉଁଠିକୁ ଛୁଇଁବା ପାଇଁ ଗୋଟେ ଭଦ୍ର ପରିବାରର ପୁରୁଷ କେବେ ଚିନ୍ତା ବି କରି ପାରେନି।

ପୁଣି କଣ ହେଲା ? ମହିଳା ତ କ୍ୟମେରା ସମ୍ମୁଖରୁ ହଟିଗଲେ, କିନ୍ତୁ ଯିବା ପୁର୍ବରୁ ରିପୋର୍ଟର ବେନ ବ୍ରାଉନଙ୍କୁ ଗୋଟେ ଶକ୍ତ ଚାପୁଡା ଲଗାଇଗଲେ।

Previous ArticleNext Article

Send this to a friend