ଡାକ୍ତର କହୁଛନ୍ତି ସୁସ୍ଥ, ଲାଲୁ କହୁଛନ୍ତି ଅସୁସ୍ଥ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଜନତା ଦଳ ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଦିଲ୍ଲୀ ଏମ୍ସରୁ ଡିସଚାର୍ଜ ହେବା ପରେ ରାଞ୍ଚି ସ୍ଥିତ ଆର୍‌ଆଇଏମ୍ଏସ୍ ମେଡିକାଲରେ ଭର୍ତ୍ତି କରାଯାଇଛି। ଲାଲୁଙ୍କ ପାଇଁ ମେଡିକାଲ ପରିସରରେ କଡ଼ାସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ତାଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ନିୟୋଜିତ ହୋଇଛନ୍ତି। ଲାଲୁ ମେଡିକାଲରେ ପହଞ୍ଚିବା ପରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା।  ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା କହିଛନ୍ତି ଡାକ୍ତର।

ଜେଲ୍ ଦଣ୍ଡରୁ ବଞ୍ଚିବା ପାଇଁ ଲାଲୁ ମେଡିକାଲରୁ ମେଡିକାଲ ସ୍ଥାନାନ୍ତର ହେଉଥିବା ଅଭିଯୋଗ ହୋଇଛି। ଗତକାଲି ଲାଲୁଙ୍କୁ ଏମ୍ସରୁ ଡିସଚାର୍ଜ ପାଇଁ ନିର୍ଦ୍ଦେଶ ହୋଇଥିଲା। ଯେଉଁଥିରେ ଅସନ୍ତୋଷ ବ୍ୟକ୍ତ କରିଥିଲେ ଲାଲୁ ଏବଂ ତାଙ୍କ ପରିବାର ଲୋକେ।  ଏପରିକି ଲାଲୁଙ୍କ ଜୀବନ ପ୍ରତି ବିପଦ ଥିବା ଅଭିଯୋଗ ଆଣିଥିଲେ ଲାଲୁଙ୍କ ପୁଅ ତଥା ବିହାର ବିଧାନସଭାର ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ।

Previous ArticleNext Article

Send this to a friend