ତୃତୀୟ ବିଶ୍ୱଯୁଦ୍ଧ ଦ୍ୱାରଦେଶରେ ବିଶ୍ୱ: ଋଷ ଆରମ୍ଭ କଲା ପ୍ରସ୍ତୁତି

kim

ନୂଆଦିଲ୍ଲୀ: ଆମେରିକା ଓ ଉତ୍ତର କୋରିଆ ମଧ୍ୟରେ ସମ୍ପର୍କ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଦୁଇ ଦେଶର ରାଷ୍ଟ୍ରମୁଖ୍ୟଙ୍କ ବୟାନ ନିଆଁରେ ଘିଅ ଢାଳିବା ପରି ହେଉଛି। ସାରା ବିଶ୍ୱକୁ ବେଖାତିର କରି ଉତ୍ତର କୋରିଆ ମୁଖିଆ କିମ୍‌ ଜୋଙ୍ଗ ଗୋଟିଏ ପରେ ଗୋଟିଏ ପରମାଣୁ ବୋମା ଓ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ପରୀକ୍ଷା କରିଚାଲିଛି। ଅନ୍ୟପକ୍ଷରେ ଯେକୌଣସି ସମୟରେ ଆକ୍ରମଣ କରି ବିଶ୍ୱ ମାନଚିତ୍ରରୁ ଉତ୍ତର କୋରିଆକୁ ଲିଭେଇ ଦେବାକୁ ଆମେରିକା ଅଣ୍ଟା ଭିଡି ସାରିଛି। ତେବେ ଯଦି ଯୁଦ୍ଧ ହୁଏ ଏହା ଏହି ଦୁଇ ରାଷ୍ଟ୍ର ମଧ୍ୟରେ ସୀମିତ ରହିବ ନାହିଁ। ଯାହା ସାରା ବିଶ୍ୱକୁ ଜଣାଅଛି। ଥରେ ଯୁଦ୍ଧ ଆରମ୍ଭ ହୋଇଗଲେ ଦୁଇ ଦେଶର ସହଯୋଗୀ ମଧ୍ୟ ଏଥିରେ ସାମିଲ ହୋଇଯିବା ନିଶ୍ଚିତ। ଏପରିସ୍ଥିତିରେ ବିଶ୍ୱର ଅନ୍ୟ ଶକ୍ତିଶାଳୀ ରାଷ୍ଟ୍ରମାନେ ମଧ୍ୟ ସେମାନଙ୍କ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଯାହା ବିଶ୍ୱକୁ ତୃତୀୟ ବିଶ୍ୱଯୁଦ୍ଧର କଳା ବାଦଲ ମଧ୍ୟକୁ ଟାଣି ନେଉଛି।

ଖାସକରି ବିଶ୍ୱର ଦ୍ୱିତୀୟ ମହାଶକ୍ତି ଋଷ, କିମ୍‌-ଟ୍ରମ୍‌ ବିବାଦ ତୃତୀୟ ବିଶ୍ୱଯୁଦ୍ଧର ଆଭାସ କହି ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛି। ଏହାସହ ନିଜ ଆର୍ମିକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ସେତିକି ନୁହେଁ ଋଷ, ଉତ୍ତର କୋରିଆ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦେବା ସହ ସେନା ଠୁଳ କରିବାରେ ଲାଗିଛି।

ସୂଚନାଯୋଗ୍ୟ କିମ୍‌-ଟ୍ରମ୍‌ ବିବାଦରେ ଋଷ ସଞ୍ଜମତା ରକ୍ଷା କରିଆସିଛି। ଏପର୍ଯ୍ୟନ୍ତ ଋଷ କାହାର ପକ୍ଷ ନେଇନାହିଁ। ଏହି ବିବାଦୀୟ ଘଟଣା ଉପରେ ବୁଝି ବିଚାରି ଋଷ ନିଜର ପକ୍ଷ ରଖୁଛି। ହେଲେ ଋଷ ସେନାରେ ଦେଖାଦେଇଥିବା ଏପରି ତତ୍ପରତା ତୃତୀୟ ବିଶ୍ୱଯୁଦ୍ଧର ସଙ୍କେତ ଦେଉଛି।

ପରମାଣୁ ଜାଳିଦେବ ବିଶ୍ୱ

ଗୋଟିଏ ପଟେ ଉତ୍ତର କୋରିଆର ମିସାଇଲ ଟେଷ୍ଟ ଅନ୍ୟପକ୍ଷେ ଆମେରିକା-ଦକ୍ଷିଣ କୋରିଆର ମିଲେଟାରୀ ଡ୍ରିଲ ସ୍ଥିତିକୁ ଆହୁରି ସଙ୍ଗିନ କରିଛି। କେହି ବି ଚିନ୍ତା କରୁନାହାଁନ୍ତି ଥରେ ଯୁଦ୍ଧ ଆରମ୍ଭ ହୋଇଗଲେ ଏହା ପରମାଣୁ ଯୁଦ୍ଧରେ ପରିଣତ ହେବାକୁ ବେଶି ସମୟ ଲାଗିବ ନାହିଁ। ଯାହା ସାରା ବିୱକୁ ଜାଳିଦେବ। ଏକଥା ପୂର୍ବରୁ ଜଣାଥିଲା ଯଦି ଯୁଦ୍ଧ ହୁଏ ଏଥିରେ ଦକ୍ଷିଣ କୋରିଆ, ଜାପାନ, ରୁଷ ଓ ଚୀନ ପରି ଶକ୍ତିଶାଳୀ ରାଷ୍ଟ୍ର ସାମିଲ ହେବା ନିଶ୍ଚିତ। ଯାହାର ରୁଷର ପ୍ରସ୍ତୁତିରୁ ବାରି ହେଉଛି।

Previous ArticleNext Article

Send this to a friend