ମୋଦିଙ୍କୁ ଭେଟିଲେ ସଚିନ୍‌: ସା‍କ୍ଷାତ ଥିଲା ସିନେମା ପାଇଁ

sachin

ନୂଆଦିଲ୍ଲୀ: ଆସନ୍ତା ୨୬ ତାରିଖରେ ପରଦାକୁ ଆସିବ ବହୁ ଚର୍ଚ୍ଚିତ ଫିଲ୍ମ ‘ସଚିନ: ଏ ବିଲିୟନ ଡ୍ରିମ୍ସ’। ଏହାକୁ ନେଇ ସାରା ବିଶ୍ୱର କ୍ରିକେଟ୍‌ ପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ବଢିବାରେ ଲାଗିଛି। ଫିଲ୍ମର କାହାଣୀକୁ ନେଇ ନିଜେ ସଚିନ୍‌ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପ୍ରଡକ୍ସନ ହାଉସ୍‌ ପକ୍ଷରୁ ଏହି ଫିଲ୍ମ ନିର୍ମାଣ ପାଇଁ ସଚିନଙ୍କ ୧୦,୦୦୦ ଘଣ୍ଟାର ଫୁଟେଜ୍‌ ସଂଗ୍ରହ କରାଯାଇଥିଲା। ଏଥିପାଇଁ ସଚିନଙ୍କୁ ସାଢେ ୩ ବର୍ଷ ଧରି କ୍ୟାମେରା ଫଲୋ କରିଥିଲା।

ସଚିନଙ୍କ ଜୀବନୀକୁ ନେଇ ସବୁବେଳେ ଉତ୍ସାହିତ ରହୁଥିବା କ୍ରିକେଟ୍‌ପ୍ରେମୀଙ୍କ ପାଇଁ ଏହି ଫିଲ୍ମରେ ରହିଛି ଅନେକ କୌତିକିଆ କଥା। ସଚିନଙ୍କ ଅଟୋବାୟୋଗ୍ରାଫି ‘ପ୍ଲେଇଂ ଇଟ୍‌ ମାଇଁ ୱେ’ରୁ ତାଙ୍କ ପିଲାଦିନର ବହୁ ଘଟଣାକୁ ଫିଲ୍ମରେ ସ୍ଥାନିତ କରାଯାଇଛି।

ସଚିନଙ୍କୁ ୩ ବର୍ଷ ଫଲୋ କରିଥିଲା କ୍ୟାମେରା: କିଏ ଦେଇଥିଲା ଅନୁମତି

ସଚିନଙ୍କ ବାୟୋପିକ୍‌ ନିର୍ମାଣ କରାଯିବାକୁ ସ୍ଥିର କରାଯିବା ପରେ ଏଥିରେ ତାଙ୍କୁ ନେବାକୁ ମଧ୍ୟ ମନସ୍ଥ କରାଯାଇଥିଲା। ହେଲେ ଏଥିପାଇଁ ସଚିନଙ୍କୁ ମନାଇବା କାଠିକର ପାଠ ଥିଲା। ଫିଲ୍ମର ସହ ନିର୍ଦ୍ଦେଶକ ରବି ଭାଗଚନ୍ଦକାଙ୍କ କହିବା ମୁତାବକ ୨୦୧୨ରେ ଏ ନେଇ ସଚିନଙ୍କ ସହ ପ୍ରଥମ ଆଲୋଚନା କରିଥିଲୁ। ତାଙ୍କୁ ଭେଟିବାକୁ ୬ରୁ ୮ ମାସ ସମୟ ଲାଗି ଯାଇଥିଲା। ଏହା ପରେ ତାଙ୍କ ମନାଇବାକୁ ସମୟ ଲାଗିଥିଲା। ତାଙ୍କୁ ଫିଲ୍ମରେ ଆକ୍ଟିଂ କରିବାକୁ କୁହାଯିବାରୁ ସେ କହିଥିଲେ, ମୁଁ ସ୍ପୋର୍ଟ୍ସମ୍ୟାନ, ମୁଁ ଅଭିନୟ କରିପାରିବି ନାହିଁ।

ରବି ଆହୁରି କହିଛନ୍ତି, ସେ ଅଭିନୟ କରନ୍ତୁ ବୋଲି ଆମେ ଚାହୁଁ ନାହୁଁ ବୋଲି ତାଙ୍କୁ କହିଥିଲୁ। ଆମେ କହିଥିଲୁ ଆମେ କିଛି ଦିନ ଆପଣଙ୍କୁ ଫଲୋ କରି କିଛି ସ୍ପେଶାଲ ମୋମେଣ୍ଟ କ୍ୟାମେରାରେ କ୍ୟାପ୍‌ଚର କରିବା। ଏଥିପାଇଁ ସେ ରାଜି ହୋଇ ଯାଇଥିଲେ।

Previous ArticleNext Article