ଗଙ୍ଗା ସଫେଇରେ ଯୋଡ଼ି ହେବେ ସଚିନ; ଲୋକଙ୍କୁ କରିବେ ସଚେତନ

SachinTendulkar

ନୂଆଦିଲ୍ଲୀ: ସଚିନ ତେନ୍ଦୁଲକର ହୋଇପାରନ୍ତି ଗଙ୍ଗା ସଫେଇ ରାଷ୍ଟ୍ରୀୟ ମିଶନର ବ୍ରାଣ୍ଡ ଆମ୍ବାସଡର। ଗଙ୍ଗା ନଦୀ ସଫେଇ ପ୍ରତି ଲୋକଙ୍କୁ ସମ୍ବେଦନଶୀଳ କରାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)ର ନିର୍ଦ୍ଦେଶ ମୁତାବକ ଏକ ବଡ଼ ଅଭିଯାନ ଚଳାଇବାକୁ ପ୍ରସ୍ତୁତି ଚାଲିଛି। ଏଥିରେ ସଚିନ ତେନ୍ଦୁଲକରଙ୍କୁ ସାମିଲ କରାଯିବାକୁ ଯୋଜନା ରହିଛି। ଏଥିପାଇଁ କଥାବାର୍ତ୍ତା ଆରମ୍ଭ କରାଯାଇଛି ବୋଲି ଗଙ୍ଗା ସଫେଇ ରାଷ୍ଟ୍ରୀୟ ମିଶନର ଜଣେ ଅଧିକାରୀ କହିଛନ୍ତି। ସେ କହିଛନ୍ତି ଯେ ସଚିନଙ୍କୁ ଗଙ୍ଗା ସଫେଇ ରାଷ୍ଟ୍ରୀୟ ମିଶନର ବ୍ରାଣ୍ଡ ଆମ୍ବାସଡର କରାଯିବ ଓ ତାଙ୍କ ମାଧ୍ୟମରେ ଗଙ୍ଗା ସଫେଇ ନେଇ ଅଧିକରୁ ଅଧିକ ଲୋକଙ୍କ ନିକଟକୁ ବାର୍ତ୍ତା ପହଞ୍ଚା ଯିବ।

Previous ArticleNext Article

Send this to a friend