ଗୁଗୁଲ୍‌ ସିଇଓଙ୍କ ଦିନକୁ ଦରମା ୩ କୋଟିରୁ ଅଧିକ  

sundar-1

ହୋଷ୍ଟନ : ଗୁଗୁଲର ସିଇଓ ସୁନ୍ଦର ପିଚାଇ। ଭାରତ ଜନ୍ମିତ ଏହି ଯୁବକଙ୍କୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା। ନିଜ କାର୍ଯ୍ୟଦକ୍ଷତା ଏବଂ ଜଣେ ପ୍ରେରଣାଦାୟୀ ବକ୍ତା ଭାବେ ଖୁବ୍‌ ଜଣାଶୁଣା ସୁନ୍ଦର ପିଚାଇ । ସେ ମଧ୍ୟ ଯୁବପିଢୀଙ୍କ ରୋଲ୍‌ ମଡେଲ ।  ତେବେ ତାଙ୍କ ଦରମା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ଗତ ବର୍ଷ (ବାର୍ଷିକ) ସେ ୨୦୦ ମିଲିୟନ ୟୁଏସ୍‌ ଡଲାର ଦରମା ପାଇଛନ୍ତି। ଅର୍ଥାତ ଭାରତୀୟ ମୁଦ୍ରାରେ ୧୨୮୫ କୋଟି । ଦିନକୁ ଦରମା ୩ କୋଟି ୫୦ ଲକ୍ଷରୁ ଅଧିକ। ୨୦୧୫ରେ ସେ ଯାହା ପାଉଥିଲେ ତାହାର ଦୁଇଗୁଣା ହେବ ଏହି ଦରମା । ସେ ଗତ ବର୍ଷ ୬୫୦.୦୦୦ ୟୁଏସ୍‌ ଡଲାର ପାଇଥିଲେ। ସୁନ୍ଦର ୨୦୧୫ରେ ଗୁଗୁଲରେ ଯୋଗଦେଇଥିଲେ। ସେତେବେଳେ  ତାଙ୍କର ଦରମା ଥିଲା ୯୯.୮ ମିଲିୟନ ୟୁଏସ୍‌ ଡଲାର। ସୁନ୍ଦରଙ୍କ କାର୍ଯ୍ୟଶୈଳୀ ଗୁଗୁଲ କର୍ତ୍ତୃପକ୍ଷଙ୍କୁ ଖୁବ୍‌ ଆକର୍ଷିତ କରିଥିଲା। ସୁନ୍ଦରଙ୍କ କାର୍ଯ୍ୟଦକ୍ଷତା ପାଇଁ ଗୁଗୁଲ ଅଧିକ ଲାଭବାନ ହୋଇଥିବାରୁ ଏଥିରେ ଖୁସି ହୋଇ ତାଙ୍କ ଦରମାକୁ ଦ୍ୱିଗୁଣିତ କରିଛି।

Previous ArticleNext Article

Send this to a friend