ହାଇ ପେଡ୍ ଟିଭି ସାମ୍ବାଦିକଙ୍କ ଦରମା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ, କେତେ ପାଆନ୍ତି ଅର୍ଣ୍ଣବ, ସୁଧୀର ଓ ସରଦେଶାଇ ?

ନୂଆଦିଲ୍ଲୀ: ଟିଭି ଚ୍ୟାନେଲ୍‌ରେ ଖୁବ୍ ଚମତ୍କାର ଭାବରେ ଖବର ପରିବେଷଣ କରି ଦେଶର ଅନେକ ଟିଭି ସାମ୍ବାଦିକ ବେଶ୍‌ ନା କମାଇଛନ୍ତି। ଏମାନଙ୍କ ଆଙ୍କରିଂ ଏବଂ ଯୁକ୍ତି ଉପସ୍ଥାପନର ଶୈଳୀ ଲୋକମାନଙ୍କୁ  ଖୁବ୍ ପସନ୍ଦ ଆସେ। କେତେକ  ହିରୋ ହିରୋଇନ୍‌ଙ୍କ ଭଳି ଆଙ୍କରଙ୍କର କହିବା ଶୈଳୀକୁ ମଧ୍ୟ କପି କିରିଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତି ଏହି ଲୋକପ୍ରିୟ ଟିଭି ସାମ୍ବାଦିକ ଦରମା କେତେ ? ଆମେ ଆଜି ଆପଣଙ୍କୁ  ସେମିତି କିଛି ଦାମି ଟିଭି ଆଙ୍କରଙ୍କ ଦରମା ବିଷୟରେ ଜଣାଇବୁ। ଯାହା ଶୁଣିଲେ ଆପଣ ହୁଏତ ବିଶ୍ୱାସ କରିପାରିବେ ନି। ଆସନ୍ତୁ ଜାଣିବା କାହା ଦରମା କେତେ।

ସୁଧୀର ଚୌଧୁରୀ: ‘ଜୀ’ ନ୍ୟୁଜ୍‌ର ଚିଫ୍‌ ଏଡିଟର ସୁଧୀର ଚୌଧୁରୀ ଅନେକ ଦିନ ହେବ ‘ଜୀ’ ମିଡିଆ ସହିତ ଜଡ଼ିତ ଅଛନ୍ତି। ତାଙ୍କ ଦ୍ୱାରା ଉପସ୍ଥାପନା ହେଉଥିବା ସ୍ପେଶାଲ୍‌ ନ୍ୟୁଜ୍‌ ଶୋ ‘ଡିଏନ୍‌ଏ’ ବେଶ୍‌ ଲୋକପ୍ରିୟ। ସୁଧୀର ବାର୍ଷିକ ପାଖାପାଖି ୩ କୋଟି ଟଙ୍କା ଦରମା ପାଆନ୍ତି।

ଅର୍ଣ୍ଣବ ଗୋସ୍ୱାମୀ: ଉଚ୍ଚ ସ୍ୱର ଓ ତଥ୍ୟଭିତ୍ତିକ ତର୍କ କରି ବଡ଼ ବଡ଼ ବ୍ୟକ୍ତିଙ୍କୁ ବହୁ ଜ୍ଞାନୀଗୁଣିଙ୍କୁ ହରଡ଼ଘଣାରେ ପକାଇ ଦେଉଥିବା ଅନ୍ୟ ଜଣେ ସାମ୍ବାଦିକ ହେଲେ ଅର୍ଣ୍ଣବ। ସେ ଏବେ ନିଜର ଚ୍ୟାନେଲ୍‌  ରି-ପବ୍ଲିକ୍ ଟିଭି ଚଳାଉଛନ୍ତି। କିନ୍ତୁ ସେ Times Now ରେ ଥିଲା ବେଳେ  ବର୍ଷକୁ ୧୨ କୋଟି ଟଙ୍କା ଦରମା ପାଉଥିଲେ।

ରବିଶ କୁମାର: ଏନ୍‌ଟିଭିର ପ୍ରଭାବଶାଳୀ ସାମ୍ବାଦିକ ହେଉଛନ୍ତି ରବିଶ କୁମାର । ଟେଲିଭିଜନ ଦୁନିଆରେ ଜଣେ ବେଶ ଚର୍ଚ୍ଚିତ ଚେହେରା ହେଉଛନ୍ତି ରବିଶ କୁମାର। ବର୍ଷକୁ ତାଙ୍କ ଦରମା ୨.୧୬ କୋଟି ଟଙ୍କା।

ଅଞ୍ଜନା ଓମ୍ କଶ୍ୟପ୍:ଆଜ୍‌ତକ ନ୍ୟୁଜ୍‌ ଚ୍ୟାନେଲ୍‌ର ବରିଷ୍ଠ ସାମ୍ବାଦିକା ଭାବରେ କାର୍ଯ୍ୟରତ ଅଞ୍ଜନା ଜଣେ ଜଣାଶୁଣା ଚେହେରା। ତାଙ୍କ ଦରମାକୁ ନେଇ ସଠିକ୍ ତଥ୍ୟ ନ ଥିଲେ ମଧ୍ୟ ସେ ବର୍ଷକୁ ଦେଢ଼ କୋଟି ଟଙ୍କା ଦରମା ପାଆନ୍ତି ବୋଲି କୁହାଯାଏ।

ରାଜ୍‌ଦୀପ ସରଦେଶାଈ: ଇଣ୍ଡିଆ ଟୁଡେ ନ୍ୟୁଜ୍‌ ଚ୍ୟାନେଲ୍‌ର  କନ୍‌ସଲଟିଂ ଏଡିଟର ପଦରେ କାର୍ଯ୍ୟରତ ଅଛନ୍ତି ରାଜ୍‌ଦୀପ ସରଦେଶାଈ। ତାଙ୍କର ଦରମା ବର୍ଷକୁ ୫ କୋଟି ଟଙ୍କା ।

Previous ArticleNext Article

Send this to a friend