ସରକାରୀ ଡାକ୍ତରଙ୍କ ଅବସର ବୟସ ସୀମା ୬୫ ବର୍ଷକୁ ବୃଦ୍ଧି କଲେ କେନ୍ଦ୍ର ସରକାର

modi

ବାରଣାସୀ: ସରକାରୀ ଡାକ୍ତରଙ୍କ ଅବସର ବୟସ ସୀମାକୁ କେନ୍ଦ୍ର ସରକାର ୬୫ ବର୍ଷକୁ ବୃଦ୍ଧି କରିଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଡାକ୍ତରଙ୍କ କ୍ଷେତ୍ରରେ ଏହା ଲାଗୁ ହେବ। କେନ୍ଦ୍ରରେ ଏନ୍‌ଡିଏ ସରକାରର ୨ ବର୍ଷ ପୂର୍ତ୍ତି ଅବସରରେ ଉତ୍ତରପ୍ରଦେଶ ଶାହାରଣପୁରରେ ଆୟୋଜିତ ସାଧାରଣ ସଭାରେ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି।

ପ୍ରତିମାସ ୯ ତାରିଖରେ ଗରିବ ପ୍ରସୂତୀଙ୍କୁ ମାଗଣାରେ ଚିକିତ୍ସା କରିବା ଲାଗି ଏହି ଅବସରରେ ମୋଦି ଡାକ୍ତରମାନଙ୍କୁ ଅନୁରୋଧ କରିଛନ୍ତି।

ମୋଦି କହିଛନ୍ତି, “ଗତ ୨ ବର୍ଷ ମଧ୍ୟରେ ତାଙ୍କ ସରକାର ୩ କୋଟି ଗରିବ ଲୋକଙ୍କୁ ଗ୍ୟାସ ସଂଯୋଗ ଦେଇଛନ୍ତି। ଆସନ୍ତା ୨ ବର୍ଷ ମଧ୍ୟରେ ୫ କୋଟି ଗରିବଙ୍କୁ ମାଗଣାରେ ଗ୍ୟାସ ସଂଯୋଗ ଦିଆଯିବ। ହଜାରେ ଦିନରେ ସବୁ ଗାଁକୁ ବିଦ୍ୟୁତ ସଂଯୋଗ କରିବାକୁ ତାଙ୍କ ସରକାର ପ୍ରତିଶ୍ରୁତିବଦ୍ଧ।”

Previous ArticleNext Article

Send this to a friend