ସମଲିଙ୍ଗୀ ସମ୍ପର୍କର ବୈଧତାକୁ ନେଇ ନିଷ୍ପତ୍ତିର ପୁନଃ ତର୍ଜମା କରିବେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ଭାରତ ଭଳି ରକ୍ଷଣଶୀଳ ରାଷ୍ଟ୍ରରେ ସମଲିଙ୍ଗୀ ସମ୍ପର୍କ(gay sex)କୁ ନେଇ ଅନେକ ଆଲୋଚନା ଓ ପର୍ଯ୍ୟାଲୋଚନା ହୋଇଛି। କେତେକ ମୁଷ୍ଟିମେୟ ଗୋଷ୍ଠୀ ଏଭଳି ସମ୍ପର୍କକୁ ଆମ ସମାଜ ଗ୍ରହଣ କରିବା ଅନୁଚିତ୍‌ ବୋଲି ମତ ଦିଅନ୍ତି। ଏଭଳି ସ୍ଥିତିରେ ୨୦୧୩ରେ ସର୍ବୋଚ୍ଚ ନ୍ୟାୟାଳୟ ଏ ନେଇ ଏକ ନିଷ୍ପତ୍ତି ଶୁଣାଇଥିଲେ। ଧାରା ୩୭୭ରେ ଏଭଳି ସମ୍ପର୍କକୁ ଅପରାଧା ତାଲିକାଭୁକ୍ତ କରିଥିଲେ। ଯାହାକୁ ନେଇ ସେ ସମୟରେ ବେସ୍‌ ତର୍ଜମା ହୋଇଥିଲା। କିନ୍ତୁ ଏବେ କୋର୍ଟ ଏହି ନିଷ୍ପତ୍ତି ବାବଦରେ ପୁନଃ ତର୍ଜମା କରିବାକୁ ଯାଉଛନ୍ତି।  right to privacy ବା ଗୋପନୀୟତା ଅଧିକାର ଆସିବା ପରେ ନିଷ୍ପତ୍ତିକୁ ଏଭଳି ତର୍ଜମା କରାଯାଉଛି ବୋଲି କୁହାଯାଉଛି।

ପର୍ବରୁ ଦିଲ୍ଲୀ ଉଚ୍ଚନ୍ୟାୟାଳୟର ଏକ ନିଷ୍ପତ୍ତି ଉପରେ ରୋକ୍‌ ଲାଗାଇବା ପରେ ସୁପ୍ରିମ୍‌କୋର୍ଟ ଏଭଳି ସମ୍ପର୍କକୁ ଅପରାଧ ଆକ୍ଷା ଦେଇଥିଲେ। ହେଲେ ସୋମବାର ୩ ଜଣ ବିଚାରପତିଙ୍କ ଦ୍ୱାରା ଗଠିତ ସୁପ୍ରିମ୍‌ କୋର୍ଟର ଏକ ବେଞ୍ଚ କହିଛନ୍ତି, ଏଭଳି ସମ୍ପର୍କକୁ ଅପରାଧା ତାଲିକାର ଶ୍ରେଣୀଭୁକ୍ତ କରାଯିବ କି ନାହିଁ ସେ ନେଇ ତର୍ଜମା କରାଯିବ।

Previous ArticleNext Article

Send this to a friend