ମା’ ହେବେ ସେରେନା !

TENNIS-AUS-OPEN

ନୂଆଦିଲ୍ଲୀ: ମା’ ହେବେ ସେରେନା ଉଇଲିୟମ୍‌ସ। ବିଶ୍ବର ଶ୍ରେଷ୍ଠ ଟେନିସ୍‌ ଖେଳାଳି ସେରେନା ଗର୍ଭବତୀ ହୋଇଛନ୍ତି।

ଏ ସମ୍ପର୍କିତ ଖବରକୁ ନେଇ ଚର୍ଚ୍ଚା ଚାଲିଛି। ୩୫ ବର୍ଷୀୟ ଏହି ଖେଳାଳି ଜଣକ ଗତ ବର୍ଷ ଜାନୁୟାରୀ ୨୮ ଠାରୁ ଆଉ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିନାହାନ୍ତି। ଶେଷଥର ପାଇଁ ଗତ ବର୍ଷ ଜାନୁୟାରୀ ୨୮ରେ ଅଷ୍ଟ୍ରେଲିଆ ଓପନ୍‌ ସିଙ୍ଗଲସ୍‌ରେ ୨୩ ତମ ଗ୍ରାଣ୍ଡସ୍ଲାମ ଜିତିଥିଲେ ।

ପରବର୍ତ୍ତୀ ସମୟରେ ସେ ଗର୍ଭବତୀ ହେବାରୁ ଆଉ ମ୍ୟାଚ୍‌ ଖେଳି ନ ଥିଲେ। ଗତ ଡିସେମ୍ବର ମାସରେ ସେରେନା ବିଶିଷ୍ଟ ଶିଳ୍ପପତି ଆଲେକ୍ସେସିସ୍‌ ଓହାନିଆନଙ୍କୁ ବିବାହ ହୋଇଥିଲା।  ଗତ କିଛି ଦିନ ଧରି ସେରେନା ଗର୍ଭବତୀ ଥିବା ଚର୍ଚ୍ଚା ଜାରି ରହିଛି।

Previous ArticleNext Article

Send this to a friend